May 14, 2026

ସିଂଗିପୁର ଅଙ୍ଗନାୱାଡି କେନ୍ଦ୍ର ତଥା ମିଶନ ଶକ୍ତି ଗୃହରେ ଚାରା ରୋପଣ

IMG-20240704-WA0041
Share


କାଶୀନଗର
ତା 4/7/24
କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ପଞ୍ଚାୟତର ସିଂଗିପୁର ଅଙ୍ଗନାୱାଡି କେନ୍ଦ୍ର ତଥା ମିଶନ ଶକ୍ତି ଗୃହ ପାରିପାର୍ଶ୍ୱରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଏକ ପେଡ ମା କେ ନାମ ପରିପ୍ରେକ୍ଷୀରେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ବିଡ଼ିଓ ଦମ୍ବୁରୁ ଧର ମଲ୍ଲିକ, ସିଡିପିଓ କନକ ଲତା ପୂଜାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟନାୟକ, ମିଶନ ଶକ୍ତି ପ୍ରକଳ୍ପ ଅଧିକାରୀ ଜଗନ କୁମାର ବାରିକ ଓ ସ୍ଥାନୀୟ ସରପଞ୍ଚ ତେଜେଶ୍ଵର ରାଓ ଙ୍କ ଉପସ୍ଥିତି ରେ ବିଭିନ୍ନ ପ୍ରଜାତି ର ଚାରା ଯାହାକି କାଶୀନଗର ବନ ବିଭାଗ ଦ୍ୱାରା ଦିଆ ଯାଇଥିଲା ସେଗୁଡିକ ରୋପଣ କରାଯଇଥିଲା. ଏହି ବିଷୟରେ ଆମ ପ୍ରତିନିଧି ସ୍ଥାନୀୟ ବିଡ଼ିଓ ଶ୍ରୀ ମଲ୍ଲିକ ଙ୍କ ସହ ସାକ୍ଷାତ କରିବାରୁ ସେ କହିଲେ ଯେ ଚାରା ରୋପଣ କରିବା ସମସ୍ତ ଙ୍କ କାମ ଏବଂ ଏହା ଦ୍ୱାରା ପରିବେଶ ସବୁଜ ହେବ ଓ ଆମ ପ୍ରଧାନ ମନ୍ତ୍ରୀ ଦେଶର ବନ ସମ୍ପଦ ବୃଦ୍ଧି ସହ ପରିବେଶ ସୁରକ୍ଷା ପାଇଁ ଏକ ପେଡ ମା କେ ନାରା ଦେଇ ପରିବେଶ ବଞ୍ଚିଲେ ମାନବ ଜୀବନ ସୁରକ୍ଷିତ ରହିବ ତେଣୁ ଏହାର ଗୁରୁତ୍ୱ କୁ ହୃଦୟଙ୍ଗମ କରି ସମସ୍ତ ମିଳିମିଶି ଏହି କାମ କରିବା ବୋଲି କହିଥିଲେ.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର