October 6, 2024

ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର

Share

ବୁଗୁଡ଼ା : ତା ୦୪/୦୭/୨୪ : ଆଗାମୀ ଜୁଲାଇ ୭ ତାରିଖରେ ହେବାକୁ ଯାଉଥ‌ିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ରଥର ଚକଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି , ନାହାକ କୁମ୍ଭ , ଚାରି ପୁର ଛନ୍ଦ କାମ , ଅଁଳା ଶ୍ରୀ ଓ କଳସ ଉଠାଣ ଆଦି କାର୍ଯ୍ୟ ସରିଥିବା ବେଳେ ଶୁଆ ବନ୍ଧା ଓ ବେଦି ଘର କାମ କରିବାକୁ ରହିଛି । ଦୀର୍ଘ ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘ ନେତୃତ୍ୱରେ ରବିନ୍ଦ୍ର କୁମାର ଘଡେଇଙ୍କ ଦ୍ବାରା ଚାଲିଅଛି । ଅନ୍ୟପକ୍ଷରେ ଠାକୁର ଅଣସର ଘରେ ଥ‌ିବାବେଳେ ଶିଳ୍ପୀ ଗୋବର୍ଦ୍ଧନ ମହାପାତ୍ରଙ୍କ ଦ୍ବାରା ବନକ କାର୍ଯ୍ୟ ଚାଲୁରହିଛି । ସ୍ଥାନୀୟ ବଳଦେବ ସ୍ବାମୀ ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏ ବର୍ଷର ରଥଯାତ୍ରାକୁ ଶ୍ରଦ୍ଧାଳୁ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।