October 5, 2024

ଘରେ ଭିତରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

Share

 

ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ ଥିବା ସୁଯୋଗ ଦେଖି କେହି ଦୃବୁତ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଜଣା ପଡିଛି l କୌଣସି ସୂତ୍ରରୁ ଘରେ ଛାତ୍ରୀ ଜଣକ ଏକୁଟିଆ ଥିବା ଜାଣି ଦୃବୁତ ଜଣକ ଏଭଳି କାଣ୍ଡ ଘଟଇଥିବା ଜଣା ପଡିଛି l କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗଞ୍ଜାମ ଥାନା ମହିଳା ଏସଆଇ ସୁପ୍ରଭା ସାହୁ ଘଟଣା ସ୍ଥଳରେ ପହଂଚି ଘଟଣାର ଛାନଭିନ୍ନ ଆରମ୍ଭ କରିଛନ୍ତି l ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ଜଣା ପଡିଛି l ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ପ୍ରଥମ ଘଟଣା ବୋଲି ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି l ସନ୍ଦେହରେ ପୋଲିସ ପଚରା ଉଚରା ଜାରି ରଖିଛି l ଖବର ଶେଷ ସୁଦ୍ଧା କୌଣସି ଏତଲା ହୋଇନଥିବା ଆଇଆଇସି ନମିତା ପାତ୍ର ସୂଚନା ଦେଇଛନ୍ତି l( ପ୍ରଦୀପ କୁମାର ପଣ୍ଡା)