ନୂତନ ବି ଇ ଓ ଙ୍କ ଦାଇତ୍ୱ ଗ୍ରହଣ

ନୂତନ ବି ଇ ଓ ଙ୍କ ଦାଇତ୍ୱ ଗ୍ରହଣ
………
ଧରାକୋଟ,4/7/23
ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କବିସୂର୍ଯ୍ୟ ନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ଅତିରିକ୍ତ ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ,ଶିକ୍ଷକ ସଂଘ ସଭାପତି ଶୁକ୍ରୁ ବେହେରା,ମିଳିତ ଶିକ୍ଷକ ସଂଘ ତରଫରୁ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ବୁଲୁ ବେହେରା, ଅରୁଣ ପଟ୍ଟନାୟକ,ସନ୍ତୋଷ ସ୍ୱାଇଁ ଏବଂ ଧରାକୋଟ ସି ଆର ସି ସି ଭାସ୍କର ବାଡତ୍ୟା ପ୍ରମୁଖ ଙ୍କ ସମେତ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପଗୁଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ । ପ୍ରଥମ ଦିବସରେ ବ୍ଲକ ଅନ୍ତର୍ଗତ ସମସ୍ତ ଶିକ୍ଷକ ମାନଙ୍କ ଦରମା ବିଲ ସ୍ବାକ୍ଷର କରିବା ସହ କାର୍ଯ୍ୟାଳୟର ସମସ୍ତ ବକେୟା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ଅବସରରେ ତାଙ୍କ ସହ ଆଲୋଚନା ବେଳେ ଶିକ୍ଷା କ୍ଷେତ୍ରରେ ବ୍ଲକ ସ୍ତରରେ ରହିଥିବା ସମସ୍ତ ସମସ୍ୟାର ଆଶୁ ସମାଧାନ ସହ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ପ୍ରକାଶ କରିଥିଲେ। ପ୍ରକାଶ ଯୋଗ୍ୟ ଗତ 30/6/21 ମସିହାରୁ ଦୀର୍ଘ ଦୁଇ ବର୍ଷ ହେଲା ଧରାକୋଟ ବ୍ଲକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି। ଏହି ସମୟ ସୀମା ମଧ୍ୟରେ ଭାଗିରଥି ବେହେରା, କୋରେସ ସେଠୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଅତିରିକ୍ତ ଦାଇତ୍ୱ ତୁଲାଇ ଆସିଛନ୍ତି । ସମ୍ପ୍ରତି ରାଜ୍ୟ ସରକାରଙ୍କ ତରଫରୁ OES ମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଇ ବିଭିନ୍ନ ବ୍ଲକର ଖାଲିଥିବା ବି ଇ ଓ ପଦବୀ ପୂରଣ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ଧରାକୋଟ ବ୍ଲକର ପଦବୀ ପୂରଣ କରାନଯାଇ ଅନ୍ୟ ବ୍ଲକର ବି ଇ ଓ ଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏଣୁ ଏହି ଦୁଇ ବ୍ଲକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ପାଇଁ ଦାବୀ ହେଉଛି।