April 24, 2026

ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ; ତିନି ଶିକ୍ଷକ ଏବଂ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

IMG-20250604-WA0032
Share

ବେଲଗୁଣ୍ଠା,୦୪/୦୬, ଆଜି ବେଲଗୁଣ୍ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ କରିଥିବା ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ କରାଯିବା ସହିତ ଅବସର ଗ୍ରହଣ କରିଥିବା ଦୁଇ ଜଣ ଶିକ୍ଷୟିତ୍ରୀ,ଜଣେ ଶିକ୍ଷକ ଏବଂ ଜଣେ କିରାଣୀଙ୍କୁ ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ପୂର୍ବରୁ ଏଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟକରୁଥିବା ପ୍ରସନ୍ନ କୁମାର ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ ଏକ ମାସ ହେବ ବେଲଗୁଣ୍ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପଦବୀ ଖାଲି ପଡ଼ିଥିଲା I ତେଣୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଅତିରିକ୍ତ ଦାୟିତ୍ୱ ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଗ୍ରହଣ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ, ମନୋଜ ପଟ୍ଟନାୟକ, ସଂଗଠନ ସମ୍ପାଦକ ଆକୁଳ ସାହୁ,ଟୁକୁନା ବେହେରା, ଜିଲ୍ଲା ସଂଯୋଜକ ବିଦେଶୀ ବାଡତ୍ଯା ପ୍ରମୁଖ ଉପସ୍ଥିତ ରହି ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ରଥଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା I ଏହା ସହିତ ଆଜି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀ,କବିତା କୁମାରୀ ଦେବୀ, ଶିକ୍ଷକ ସନ୍ତୋଷ କୁମାର ସେଠୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶରତଚନ୍ଦ୍ର ରଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଅବସର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର,ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ରମେଶ କୁମାର ପାଣିଗ୍ରାହୀ, ରଞ୍ଜିତ୍ କୁମାର ସାହୁ,ଜିତେନ୍ଦ୍ର ସାହୁ, ହରେକୃଷ୍ଣ ଶତପଥି, ସୁକାନ୍ତ ନାୟକ,ଅନନ୍ତ ନାରାୟଣ ସେଠୀ, କାଳୁ ଚରଣ ଗୌଡ଼,ସୁଧୀର କାନ୍ତ ତ୍ରିପାଠି,ବରିଷ୍ଠ ଶିକ୍ଷକ ଶଙ୍ଖନାଦ ସେନାପତି,ସନ୍ତୋଷ କୁମାର ପଟ୍ଟନାୟକ, ଅତୁଲ୍ୟ ସାହୁ, ନିକୁଞ୍ଜ ନାୟକ,ଗଣପତି ପ୍ରଧାନ, ପ୍ରମୋଦ ସାହୁ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚ଼ାରୀମାନେ ଉପସ୍ଥିତ ଥିଲେ I ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ