July 8, 2024
Share

➡️୧-ଆଉ କିଛି ସମୟ କୁ ଆପେକ୍ଷା,ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଆଜି ଆସିବ ନିର୍ବାଚନ ଫଳାଫଳ l କିଏ ଗଢିବ ସରକାର, କିଏ ହେବେ ବିରୋଧୀ ? ସବୁ ପ୍ରଶ୍ନର ଉତ୍ତର ମିଳିବ ଆଜି l ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ହେବ ଆରମ୍ଭ, ପରେ ପରେ ଇଭିଏମ୍ ର ହେବ ଗଣତି l

➡️୨-୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ l ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ଆଜି ହେବ ଭୋଟ୍‍ ଗଣତି ।

➡️୩-ପୁରୀରେ ଭୋଟ୍ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନ ଉପରେ ଲାଗିଲା କଟକଣା l ନିକଟରେ ପୁରୀରେ ଘଟିଥିବା ବାଣ ଟ୍ରାଜେଡିକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

➡️୪-ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆସନ୍ତା ୬ ତାରିଖରୁ ହେବ ଶୁଭାରମ୍ଭ । ଚଳିତବର୍ଷ ପ୍ରଥମ ଥର ପାଇଁ ସାମିଲ ହେବେ ଆର୍ନ୍ତଜାତୀୟ ଲୋକ କଳାକାର l ପ୍ରାୟ ୪ ଶହ ବର୍ଷ ହେବ ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ସମ୍ବଲପୁର ଠାରେ ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆୟୋଜିତ ହୋଇ ଆସୁଛି।

➡️୫-ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଲେ ସୂଚନା l

➡️୬-ଆଜିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ଆଗାମୀ ୫ ଦିନରେ ଖରା ଓ ଗ୍ରୀଷ୍ମପ୍ରବାହ ସହ ବର୍ଷାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ପାଣିପାଗ ବିଭାଗ। ଆଜିଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି ଲାଗିରହିବ ଗୁଳୁଗୁଳି।

➡️୭-ଚଳିତ ମତଦାନରେ ୱାଲ୍ଟ ରେକର୍ଡ କଲା ଭାରତ; ବିଶ୍ୱର ୨୭ଟି ଦେଶର ଭୋଟରଙ୍କ ତୁଳନାରେ ଏଥର ପାଞ୍ଚ ଗୁଣ ଅଧିକ ହୋଇଛି ମତଦାନ l

➡️୮-ଗତକାଲି ତୋଗଲକାବାଦ-ଓଖଲା ମଧ୍ୟରେ ଯାଉଥିବା ତାଜ ଏକ୍ସପ୍ରେସ ଟ୍ରେନର ୪ଟି ବଗିରେ ଲାଗିଲା ଭୟଙ୍କର ନିଆଁ l ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିବା ଜଣାପଡ଼ିଥିବାବଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

➡️୯-୮ ଲକ୍ଷ କୋଟି ଟଙ୍କାର ଏମ୍-କ୍ୟାପ୍ ପାର୍ କରିବାରେ ପ୍ରଥମ PSU ହେଲା SBI l ଏହାସହ ଏହା ସେୟାର ମାର୍କେଟରେ ସୂଚୀବଦ୍ଧ ସପ୍ତମ ଏହିପରି କମ୍ପାନି ହୋଇଛି ।

➡️୧୦-ବେଙ୍ଗାଲୁରୁରେ ରେକର୍ଡ ବ୍ରେକିଂ ବର୍ଷା। ୧୩୩ ବର୍ଷର ରେକର୍ଡ ଭାଙ୍ଗିଲା ଗତ ରବିବାର ହୋଇଥିବା ପ୍ରବଳ ବର୍ଷା l ବେଙ୍ଗାଲୁରୁରେ ୧୧୧.୧ ମିଲିମିଟର ବର୍ଷ ରେକର୍ଡ କରାଯାଇଛି।

➡️୧୧-ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ କେବଳ ଖାଇବା ଦ୍ୱାରା ନୁହେଁ ବରଂ ଶୁଙ୍ଘିବା ଦ୍ୱାରା ମଧ୍ୟ ପାନ ମସଲା ଶରୀରରେ କ୍ୟାନ୍ସର ଭୁତାଣୁକୁ ବୃଦ୍ଧି କରିଥାଏ l

➡️୧୨-ନିର୍ବାଚନ ଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ସେନ୍‌ସେକ୍ସ ବଢ଼ିଲା ୨୫୦୭ ପଏଣ୍ଟ l

➡️୧୩-ବ୍ୟାଙ୍କ୍‌କୁ ଫେରିଲା ଏବେ ସୁଦ୍ଧା ୯୭.୮୨ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ, ଆହୁରି ରହିଛି ୭ ହଜାର କୋଟି ବାକି l

➡️୧୪-ଖୁବଶୀଘ୍ର ଗୌତମ ଆଦାନୀ ଏବେ ନିଜର ଏକ ଅନଲାଇନ୍ ୟୁପିଆଇ ପେମେଣ୍ଟ ଆପ୍ ଲଞ୍ଚ କରିପାରନ୍ତି । ଏହାସହ ଅନଲାଇନ ଶପିଂ ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ଲଞ୍ଚ କରିପାରନ୍ତି l

➡️୧୫-ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ନାଗପୁର ଜିଲ୍ଲା କୋର୍ଟ ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ହେଲା ଆଜୀବନ କାରାଦଣ୍ଡାଦେଶ l

➡️୧୬-ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେ. କବିତାଙ୍କ ନାଁରେ ଦାଖଲ ହେଲା ସପ୍ଲିମେଣ୍ଟାରୀ ଚାର୍ଜସିଟ୍ l ଉକ୍ତ ଚାର୍ଜସିଟ୍ ଅନୁଯାୟୀ ମୋଟ୍ ୧ ହଜାର ୧୦୦ କୋଟି ଟଙ୍କାର ମନି ଲଣ୍ଡରିଂ ହୋଇଥିବା ଦର୍ଶାଯାଇଛି ଯେଉଁଥିରୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ୨୯୨.୮ କୋଟି ଟଙ୍କାର ବିବରଣୀ ପ୍ରଦାନ କରିଛି l

➡️୧୭-ମାଳଦ୍ୱୀପକୁ ବର୍ଜନ କରି ଭାରତୀୟ ବେଳାଭୂମି ବିଶେଷ କରି ଲାକ୍ଷାଦ୍ୱୀପ ଭ୍ରମଣ କରିବାକୁ ଇସ୍ରାଏଲ୍‌ ଏହାର ପର୍ଯ୍ୟଟକମାନଙ୍କୁ ଦେଲା ପରାମର୍ଶ l

➡️୧୮- ଟି-୨୦ ବିଶ୍ଵକପ୍‌ର ଚତୁର୍ଥ ଲୋ ସ୍କୋରିଂ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ କଲା ପରାସ୍ତ l

➡️୧୯-ଏଣିକି ଟି-୨୦ ବିଶ୍ୱକପ୍ ର ସମସ୍ତ ମ୍ୟାଚ୍ ପ୍ରସାରଣ କରିବ ଦୂରଦର୍ଶନ l ଏନେଇ ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ନୂଆଦିଲ୍ଲୀରେ କଲେ ଘୋଷଣା l

➡️୨୦-ଭାରତୀୟ ବ୍ୟାଟର କେଦାର ଯାଦବ ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ କଲେ ଅବସର ଘୋଷଣା l

*🔅ଆଜି ଜାତୀୟ ପନିର ଦିବସ ll*
*🔅ଆଜି ପ୍ରସିଦ୍ଧ ଅଭିନେତ୍ରୀ ନୂତନ୍ ଜୟନ୍ତୀ ll*
*🔅ଆଜି ଜାତୀୟ ସୁରକ୍ଷା ଦିବସ ll*
*🔅ଆଜି ପୁରୁଣା ଚାକରାଣୀ ଦିବସ ll*
*🔅ଆଜି ସମଗ୍ର ବିଶ୍ୱରେ ନିର୍ଦ୍ଦୋଷ ଶିଶୁମାନଙ୍କୁ ବିରୋଧ ଦିବସ ll