ଦେବସ୍ନାନ ପୂର୍ଣ୍ଣିମାରେ ମା ସାରଳା ଙ୍କ ଦର୍ଶନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ
ଦେବସ୍ନାନ ପୂର୍ଣ୍ଣିମାରେ ମା ସାରଳା ଙ୍କ ଦର୍ଶନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ
================ ଝଙ୍କଡ଼:- ତା ୫/୬/୨୦୨୩। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପୂର୍ବାହ୍ନ ରେ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଏଠାରୁ ଫେରିଯାଇଛନ୍ତି। ମନ୍ତ୍ରୀ ସାରଳାପୀଠ ରେ ପହଞ୍ଚିବା ପରେ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ ଙ୍କ ସମେତ ମନ୍ଦିରର ପଣ୍ଡା ସେବକ ଓ ସ୍ଥାନୀୟ ଅଧିବାସୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ । ପୂର୍ବରୁ ପୀଠସେବାୟତ ଭାଗିରଥୀ ରାଉଳ ଅଶୋକ ରାଉଳ ଓ କୁମନ୍ ରାଉଳ ଙ୍କ ଦ୍ଵାରା ମାଆଙ୍କୁ ଶହେଆଠ ଗରା ତୀର୍ଥଜଳରେ ସ୍ନାନ କରାଯାଇ ଅଭିନବ ବେଶରେ ସଜ୍ଜିତ କରାଯାଇଥିଲା । ମନ୍ତ୍ରୀ ମାଆଙ୍କ ଦର୍ଶନ ପରେ ବେଢ଼ା ପରିକ୍ରମା କରିଥିଲେ। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ରଶ୍ମୀ ରଞ୍ଜନ ରାଉଳ , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବବିଜେଡ଼ି ସଭାପତି ସୁମିତ ଦାସ , ବରିଷ୍ଠ ସେବାୟତ ରମେଶ ଚନ୍ଦ୍ର ରାଉଳ, ପୂର୍ବତନ ସରପଂଚ ବିଜୟ ନାୟକ , ଓ ଜନକଲ୍ୟାଣ ସେବା ସମବାୟ ସମିତର ସମ୍ପାଦକ ପରମାନନ୍ଦ ଦାସ ପ୍ରମୁଖ, ସାରଳାପୀଠ କନକପୁର ସ୍ଥିତ ଜନକଲ୍ୟାଣ ସୋସାଇଟି ର ଜରାଜୀର୍ଣ୍ଣ ଓ ବିପଦ ସଙ୍କୁଳ ଗୃହର ପୂର୍ନନିର୍ମାଣ ନିମନ୍ତେ ମନ୍ତ୍ରୀ ଙ୍କୁ ନିବେଦନ କରିଥିଲେ। ରାଜ୍ୟ ସମବାୟ ବିଭାଗ ତରଫରୁ ଖୁବଶୀଘ୍ର ନୂତନଗୃହ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ମହୋଦୟ ଦୃଢ଼ ପ୍ରତିଶ୍ରୁତି ଦେବାପରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇ ଥିବାର ଦେଖିବାକୁ ମିଳିଥିଲା !
ତିର୍ତ୍ତୋଲ ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା