ଡ୍ରୋନ ଦେଖି ଲୋକେ ଆତଙ୍କିତ

କୋଲନରା : ( ସଞ୍ଜୀବ କଣ୍ଡାଗରୀ ) ବର୍ତ୍ତମାନ ଭାରତ ପାକିସ୍ତାନ ର ଯୁଦ୍ଧ ହେବା ଆଶଙ୍କା ନେଇ ଗଣ ମାଧ୍ୟମ ରେ ପ୍ରଚାର ପ୍ରସାର ହେଉଥିବା ବେଳେ ଲୋକମାନେ ଭୟ ଭିତ ହୋଇ ରହୁଥିବା ଜଣା ପଡ଼ିଛି। ଏହି ଭୟର ବାତା ବରଣ ରେ ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କଣ୍ଡାଜାମ ଠାରୁ ଆରମ୍ଭ କରି ଭାଗୁଡ଼ି ଘାଟି ପର୍ଯ୍ୟନ୍ତ ଡ୍ରୋନ ଉଡିଥିବା ଦେଖିବାକୁ ମିଳିଥିଲା। ଡ୍ରୋନ କୁ ଦେଖି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।ଭାରତ ପାକିସ୍ତାନ ର ଯୁଦ୍ଧ କେତେବେଳେ କରାଳ ରୂପ ନେବ କହି ହେବନାହିଁ ବୋଲି ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ଘରୁ ବାହାର କୁ ବାହାରି ନ ଥିବା ପ୍ରକାଶ କରିଛନ୍ତି।ଏହି ଡ୍ରନ ଉଡ଼ିବା ନେଇ ବନ ବିଭାଗ ର ପରେଷ୍ଟ ର ପଦ୍ମନାଭ ନୀଳଗିରି ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ମୁ ଆଜି ଅନ୍ୟ ଜାଗାରେ କାର୍ଯ୍ୟ ରେ ଅଛି ତେଣୁ ଆମ ଉପରସ୍ତ ଅଧିକାରୀ ଙ୍କୁ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ ।ତତ୍ ସଙ୍ଗେ ସଙ୍ଗେ ବନ ବିଭାଗର ବନାଧିସ ବା ରେଞ୍ଜେର ଗଙ୍ଗାଧର ମିଶ୍ର ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ମୁ ଜାତୀୟ ଉଦ୍ୟାନ ହାତୀଖମ୍ବା ରେ ଅଛି ଡ୍ରନ ବିଷୟରେ କିଛି ଜାଣିନାହିଁ ବୋଲି କହିଥିଲେ ।ବର୍ତ୍ତମାନ ଦେଶରେ ଯୁଦ୍ଧ ଘୋଷଣା ହେବା ପରିସ୍ଥିତି ଥିବାବେଳେ ଗୃହ ବିଭାଗ କେମିତି ଜାଣି ପାରୁନି ମୁକୁନ୍ଦପୁର ଅଞ୍ଚଳରେ ଡ୍ରନ ଉଡୁଥିବା ନେଇ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିଭଳି ପରିସ୍ଥିତି ଯଦି ଲାଗି ରହିବ ତେବେ ଲୋକମାନେ ନିଜର ଜୀବନ ଜୀବିକାଜଙ୍ଗଲ ରୁ ଜାଳେଣି କାଠ ,ଜଙ୍ଗଲ ଜାତ ଦ୍ରବ୍ୟ ପାଇଁ ଘରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।କାହାର ଡ୍ରନ କଣ ପାଇଁ ଉଡୁଥିଲା ସେ ନେଇ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ରାୟଗଡ଼ା ଙ୍କୁ ସାଧାରଣ ରେ ଦାବି ହୋଇଛି ।