April 29, 2026

ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର…

ytr
Share

 

ପାରଳାଖେମୁଣ୍ଡି୦୪.୦୫: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଥରେ ବିଜେଡି ଦଳରେ ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ସଭାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ରୁପେସ ପାଣିଗ୍ରାହୀ, ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗୋମାଙ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ବିଜେଡି ସୁପ୍ରିମୋ ନିଜ ଦଳର ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହି ସଭାରେ ଭି କେ ପାଣ୍ଡିଆନ ଯୋଗ ଦେଇ ବିଜେଡି ସରକାରଙ୍କ ବିଭିନ୍ନ ବିକାଶ ଯୋଜନା କିପରି ଫଳପ୍ରଦ ହେଇଚି ସେ ବିଷୟରେ ଆଲୋଚନା କରିଥିଲେ। ଏହି ସରକାର ଦେଶର ଏକ ବିକାଶ ମୁଖି ସରକାର ଭାବେ ପ୍ରଶଂସିତ ହୋଇଛି। ପୁଣି ଏହି ସରକାରଙ୍କୁ ସମସ୍ତେ ଭୋଟ ଦେଇ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ବାନ ଦିଆଯାଇଥିଲା। ଏହି ସଭାରେ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରଓ, ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ପ୍ରମୁଖଙ୍କ ସହ ବହୁ ଛାମୁଆ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ଏହି ସଭାରେ ବହୁ ସଂଖ୍ୟାରେ ଜନ ସମାଗମ ହେଇଥିଲା। ବିଜେଡି ପକ୍ଷରୁ ଏହା ଏକ ମାଷ୍ଟର ଷ୍ଟ୍ରୋକ କୁହାଯାଉଛି।(ଗରୁଡ଼ ଧ୍ଵଜ ଚୌଧୁରୀ)

You may have missed