କଟକଣା କୁ ଫୁ , ନିଷିଦ୍ଧାଞ୍ଚଳରୁ ଜବତ ହେଲା ୩ ମାଛଧରା ଟ୍ରଲର ,୨୦ ଜଣ କର୍ମଚାରୀ ଅଟକ…
ଅସ୍ତରଙ୍ଗ୩/ ମତ୍ସ ବିଭାଗ ର ଅପାରଗତା ଏବଂ ଟ୍ରଲର ମାଲିକଙ୍କ ସହିତ ଥିବା ମଧୁ ଚନ୍ଦ୍ରିକା କାରଣରୁ ଫେଲ ମାରୁଚି ଅଲିଭ୍ ରିଡଲେ କଇଁଛ ଙ୍କ ସୂରକ୍ଷା । ନଭେମ୍ବର ୧ରୁ ମେ ମାସ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିବା କଟକଣା କୁ ଖାତିର ନ କରି ନିଷିଦ୍ଧାଞ୍ଚଳରୁ ବାରମ୍ବାର ଟ୍ରଲର ମାନେ ମାଛଧରୁ ଥିବା ବେଳେ ଅସ୍ତରଙ୍ଗର ବନବିଭାଗର ପେଟ୍ରୋଲିଙ୍ଗ ଟିମ୍ ଜବତ କରୁଚି ଟ୍ରଲର । ବନ ବିଭାଗ ଟ୍ରଲର ଜବତ କରିବା ପରେ ସାମୁଦ୍ରିକ ମତ୍ସ ବିଭାଗ କୁ ହସ୍ତାନ୍ତର କରିଦେଇ ଥାଏ । କିନ୍ତୁ ମସ୍ଚ୍ୟ ବିଭାଗ କୁ ଟ୍ରଲର ହସ୍ତାନ୍ତର ହେବା ପରେ ଆରମ୍ଭ ହୁଏ ଅସଲି ଖେଳ । ଟ୍ରଲର ରେ ଥିବା ମାଛ ର ପରିମାଣ କୁ ଗୁପ୍ତ ରଖି ଅଳ୍ପ ପରିମାଣ ର ମାଛ କୁ ସାଗମାଛ ଦରରେ ନିଲାମ କରି ମୋଟା ଅଙ୍କରେ ମୁନାଫା କମେଇ ବସିପଡନ୍ତି ବିଭାଗୀୟ ଅଧିକାରୀ ମାନେ। ଯାହାର ପ୍ରଭାବ ଦେଖିବା କୁ ମିଳିଛି ଅସ୍ତରଙ୍ଗ ଉପକୂଳ ରେ। ଶନିବାର ଦିନ ଅସ୍ତରଙ୍ଗ ଉପକୂଳ ରେ ଦୁଇଟି ଟ୍ରଲର ଯାହାର ନାମ ଗଙ୍ଗା ମାତା ଆଇ ଏନ ଡି.୦୫. ଏମ ଏମ ୩୪୧ଏବଂ ଶ୍ରୀ ଗଣେଶ ଆଇ ଏନ ଡି.୦୫. ଏମ ଏମ ୫୨ ବେଆଇନ ଭାବରେ ମାଛ ମାରୁଥିବା ବେଳେ ଅସ୍ତରଙ୍ଗ ବନ ବିଭାଗ ର ଏକ ପେଟ୍ରୋଲିଙ୍ଗ ଟିମ ଦ୍ୱାରା ଜବତ ହେବା ଓ ଏଥିରେ ଥିବା ୧୨ ଜଣ କର୍ମଚାରୀ ଅଟକ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଟ୍ରଲର ଦୁଇଟା ଜବତ ହେବା ପରେ ସନ୍ଧ୍ୟାରେ ରେଞ୍ଜର ମୋନାଲିସା ମହାପାତ୍ର ଙ୍କ ତତ୍ୱାବାଧାନ ରେ ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରାଯାଇ ଥିଲା । ସେହିପରି ,ସୋମବାର ଦିନ କେଳୁଣି ମୁହାଣ ର ଅନତି ଦୂରରେ ବେ ଆଇନ ଭାବେ ମାଛ ମାରୁଥିବା ଓ ଆର୦୫ ଏମ ଏମ,୫୮, କୁ ପେଟ୍ରୋଲିଙ୍ଗି ଦଳ ଜବତ କରିବା ସହ,ଆଠ ଜଣ ମତ୍ସଜୀବୀଙ୍କୁ ଅଟକ ରଖିଛି । ସୂଚନା ମୁତାବକ ଫରେଷ୍ଟର ସବୀର କୁମାର ସାହୁ,, ଫରେଷ୍ଟ ଗାର୍ଡ଼ ଶଶିକାନ୍ତ ସେଠି , ନିର୍ମଳ ଚନ୍ଦ୍ର ପାତ୍ର ଏବଂଏପିଆର ଫୋର୍ସ ସମୁଦ୍ର ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ଟ୍ରଲର ଗୁଡ଼ିକୁ ନିଷିଦ୍ଧଆଞ୍ଚଳ ଭିତରେ ଧରିଥିଲେ ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)