March 10, 2026

ଉମରକୋଟ ଜେପି ଏଜୁକେସନାଲ ଓ ଚାରିଟାବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ……..

IMG-20260204-WA0033
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ପୌର ପରିଷଦ ଡିଏନକେ ଖେଳ ପଡିଆଠାରେ ଜେପି ଏଜୁକେସନାଲ ଓ ଚାରିଟାବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅତି ଆଡମ୍ବର ସହ ପାଳିତ ହୋଇଯାଇଅଛି l ଏହି ଅବସରରେ ଟ୍ରଷ୍ଟ ସଭାପତି ଜୟଦେବ ପରିଡା,ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ଧରିତ୍ରୀ ଓ ଓଡିଶା ପୋଷ୍ଟ ସମ୍ପାଦକ ତଥାଗତ ଶତପଥୀ , ବରେଣ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ର ଆଇନଜୀବୀ ସୁବ୍ରତ ନନ୍ଦ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ, ଡ଼ା. ସୁରେନ୍ଦ୍ର ନାଥ ଦାଶ, ଶିକ୍ଷାବିତ ଉମେଶ ଚନ୍ଦ୍ର ଭୁକ୍ତା, ବିଶିଷ୍ଟ ସାହିତ୍ୟିକ ବଲ୍ଲଭ ରାଉତ, ଓଁ ପ୍ରଭା ସାହୁ,ଡ଼ା. ଶେଷାନନ୍ଦ ମିଶ୍ର, ଟୁଟୁବାବୁ ପଟ୍ଟନାୟକ, ସମୀର କୁମାର ପ୍ରଧାନ, ସୁଶ୍ରୀ ମିନାକ୍ଷୀ ଚୌଧୁରୀ, ରାଜ୍ୟ

ବି.ଜେ.ପି. ଉପ-ସଭାପତି ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଟ୍ରଷ୍ଟ ଉପ ସଭାପତି ରାଜ ଲକ୍ଷ୍ମୀ ପରିଡା,ଟ୍ରଷ୍ଟ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା, ସୁଜାତା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ l ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ରବି ଶଙ୍କର ପଟ୍ଟନାୟକ l ଜୟଦେବ ପରିଡାଙ୍କ ୭୯ ତମ ଜନ୍ମ ଦିବସରେ ତାଙ୍କରି ଜୀବନୀ ପୁସ୍ତକ “ଅଦମ୍ୟ ଅମ୍ଳାନ ଜୟଦେବ” ର ଶୁଭ ଉନ୍ମୋଚନ ଅତିଥିମାନେ କରିଥିଲେ l ଓଁ ପ୍ରଭା ସାହୁ, ଟୁଟୁବାବୁ ପଟ୍ଟନାୟକ ଓ ସମୀର କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ଓଁ ପ୍ରଭା ସାହୁ ବାର୍ଷିକ ବିବରଣୀ ଓ ଡ଼. ଶେଷାନନ୍ଦ ମିଶ୍ର ସମ୍ପାଦକୀୟ ଅଭିମତ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କ୍ଷେତ୍ରରେ ଟ୍ରଷ୍ଟ ନେଇଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିବାବେଳେ ମୁଖ୍ୟ ବକ୍ତା ନିଜ ଅଭିଭାଷଣରେ ଜୟଦେବଙ୍କ ନିର୍ଭିକ ଜୀବନ ଦର୍ଶନ, ସଂଗ୍ରାମ, ସଂଘର୍ଷର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ l ତତ୍ପରେ ଟ୍ରଷ୍ଟ ତରଫରୁ ଗରିବ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା l ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଦାସିଆ ସାଂସ୍କୃତିକ ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକ ଙ୍କୁ ମୁଖ୍ୟ ଅତିଥି ନିତ୍ୟାନନ୍ଦ ଗଣ୍ଡ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଜୀବନୀ ପୁସ୍ତକର ସମ୍ପାଦନା ମଣ୍ଡଳୀର ସଭ୍ୟବୃନ୍ଦ, ଲେଖକ, ଲେଖିକା, ସାମ୍ବାଦିକବୃନ୍ଦଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ସମ୍ମାନିତ କରିଥିଲେ l ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l କାର୍ଯ୍ୟକ୍ରମର ସଫଳ ରୂପାୟନରେ ଯେଉଁମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସେମାନେ ହେଲେ ବିଜୟ କୁମାର ସାହୁ, ରବିଶଙ୍କର ପଟ୍ଟନାୟକ, ରାମ ତୁରୁକ, ମୁକେଶ ମଣ୍ଡଳ, ସଂଜୀବ କୁମାର ପଣ୍ଡା, ସୌମିତ୍ର ଚକ୍ରବର୍ତ୍ତୀ, ଏନ. ଅଭିଜିତ, ଜି. ଗିରିପ୍ରସାଦ, ସେମନ କେଉଟ, ସଞ୍ଜୟ ମଣ୍ଡଳ, ରାକେଶ ସାନା, ନିବେଦିତା ପାଲ, ପ୍ରଜ୍ଞା ପରମିତା ପାଢ଼ୀ, ଶୁଭସ୍ମିତା ନାୟକ, ସ୍ୱପ୍ନା ପଟ୍ଟନାୟକ, ଅଲିଶା ବିଶ୍ୱାଳ, କବିତା ପଣ୍ଡା, ସୁଷମା ରଥ ଓ ବବିତା ପାଣିଗ୍ରାହୀ l ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଜନସାଧାରଣ, ଅଭିଭାବକ ଯୋଗ ଦେଇଥିଲେ |