March 11, 2026

ଗଜପତି:- ବିଶ୍ଵ କର୍କଟ ଦିବସ ପାଳନ ଅବସରରେ “ପ୍ରଗତି ମହିଳା ସଂଗଠନ ଏବଂ ଜଗନ୍ନାଥ ମନ୍ଦିର କମିଟି ମିଳିତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260204-WA0011
Share

 

ବିଶ୍ଵ କର୍କଟ ଦିବସ ପାଳନ ଅବସରରେ ଆଜି “ପ୍ରଗତି ମହିଳା ସଂଗଠନ” ଏବଂ ଜଗନ୍ନାଥ ମନ୍ଦିର କମିଟି’ର ମିଳିତ ରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପ୍ରଗତି ମହିଳା ସଂଗଠନ” ର ଉପସଭାପତି ଶ୍ରୀ ଲୋକନାଥ ମିଶ୍ର’ଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସ୍ଥାନୀୟ ମହାରାଜାଙ୍କ ପ୍ୟାଲେସ ପର୍ଯ୍ୟନ୍ତ ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ରାଜେଶ୍ କୁମାର ମିଶ୍ର ଯୋଗଦେଇ କର୍କଟ ରୋଗର ପ୍ରମୁଖ କାରଣ ଏବଂ ପ୍ରତିରୋଧର ଉପାୟ ଗୁଡିକ ଉପରେ କହି ଆମେ ବ୍ୟକ୍ତିଗତ ଓ ସାମୁହିକ ସ୍ତରରେ ପ୍ରୟାସ ଜାରୀ ରଖି କର୍କଟ ରୋଗ ମୁକ୍ତ ଭବିଷ୍ୟତ ଗଠନ ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ଆହ୍ବାନ କରିଥିଲେ।

ସେହିଭଳି ବିନୋଦିନୀ ବିଜ୍ଞାନ କଲେଜ୍ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀ , ପ୍ରଗତି ମହିଳା ସଂଗଠନର ଉପଦେଷ୍ଟା ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଓ ଶ୍ରୀ ହରି ମୋହନ ପଟ୍ଟନାୟକ , ସଂଗଠନର ସମ୍ପାଦିକା ଶ୍ରୀମତୀ ତନୂଜା ଶତପଥୀ , ଶ୍ରୀମତୀ ମାନସୀ ପଣ୍ଡା , ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ଶ୍ରୀ ମୁରଲୀ ପରିଛା ପ୍ରମୁଖ ଯୋଗଦେଇ , ତମାଖୁ ସେବନ , ମଦ୍ୟପାନ , ସିଗାରେଟ ପ୍ରଭୃତି ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ଏବଂ ଏହା କିଭଳି ଓ କେଉଁ ଠାରେ ସଂକ୍ରମିତ କରିଥାଏ ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ସୁସ୍ଥ ସମାଜ ଗଢ଼ିବା ପାଇଁ କର୍କଟ ରୋଗ ଠାରୁ ଦୂରେଇ ରହିବାକୁ କହିଥିଲେ ।

ଶେଷରେ ଶ୍ରୀ ମୁରଲୀ ଧର ପରିଛା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–