May 10, 2026

ବ୍ରାଉନସୁଗାର ବେପାରୀ ଟାକୁଲୁ ରାଜା ଗିରଫ, ୩୪୫ ଗ୍ରାମ ବ୍ରାଉନସୁଗାର ଜବତ

IMG-20250204-WA0052
Share

 

 

ବାଲେଶ୍ଵର(ଶେଖ୍ ନଜିମ୍): ଜଳେଶ୍ବର ପୋଲିସକୁ ମିଳିଛି ବଡ଼ ସଫଳତା। ୩୪୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳ ବ୍ରାଉନସୁଗାର କାରବାରର ହବ୍ ପାଲଟିଛି । ଜଳେଶ୍ବର ଥାନା ଝାଡ଼େଶ୍ବରପୁର ଅଞ୍ଚଳର ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ ଟାକୁଲୁ ରାଜା ଓରଫ ସମିରୁଦ୍ଦିନ ଦୀର୍ଘ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରେ ବ୍ରାଉନସୁଗାର କାରବାର ଚଳାଇ ଆସୁଥିଲା। ତେବେ ଗତ ରବିବାର ଅପରାହ୍ନରେ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନସୁଗାର ନେଇ ଜଳେଶ୍ବର ଅଞ୍ଚଳକୁ ଆସୁଥିବା ବେଳେ ଜଳେଶ୍ବର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଗ୍ରୱାଲା ଠାରେ ଚଢ଼ାଉ କରି ଟାକୁଲୁ ରାଜା ଓରଫ ସମିରୁଦ୍ଦିନକୁ ଗିରଫ କରିବା ସ‌ହ ତା ନିକଟରୁ ୩୪୫ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ,ନଗଦ ୩୮୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ୍ ଓ ରୟାଲ୍ ଏନ୍ଫିଲ୍ଡ ବାଇକ ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ରାଜ ପ୍ରସାଦ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୪ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଏସପି ସୁଚନା ଦେଇଛନ୍ତି।ତେବେ ଟାକୁଲୁ ରାଜା ବିରୋଧରେ ପୂର୍ବରୁ ଏସଟିଏଫ୍ ରେ ୨ଟି, ଜଳେଶ୍ବର ଥାନାରେ ୨ଟି, ଭଦ୍ରକ ଥାନାରେ ଗୋଟିଏ, ସିଂଲା ଥାନାରେ ଗୋଟିଏ, ବିଂଝାରପୁର ଥାନାରେ ଗୋଟିଏ ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି।