May 14, 2026

ଶ୍ରୀଶ୍ରୀ ଜନସେବା ଟ୍ରଷ୍ଟ ପକ୍ଷରୁ ଭଗବତୀ ଦକ୍ଷିଣକାଳୀ ଓ ମହାକାଳଭୈରବଙ୍କର ନୂତନ ପ୍ରତିମା ଓ ପ୍ରତିଷ୍ଠା ଉର୍ତ୍ସବ ଅନୁଷ୍ଠିତ ..

IMG-20250204-WA0026
Share

ପୁରୀ ବିରନରସିଂହପୁର ଶାସନ ଠାରେ ଅନୁଷ୍ଠାନ ର ଅଧକ୍ଷ ଗିରିଶ ଚନ୍ଦ୍ର ବାନାର୍ଜୀଙ୍କ ଅଧକ୍ଷତାରେ ମା ଭଗବତୀ ଦକ୍ଷିଣକାଳୀ ଓ ମହାକାଳଭୈରବଙ୍କ ନୂତନ ପ୍ରତିମା ଓ ପ୍ରାସାଦ ପ୍ରତିଷ୍ଠା ଉର୍ତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି l ସକାଳୁ କଳସଯାତ୍ରା, ମଣ୍ଡଳାଧିବାସ, ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସାରିବାପରେ ସାଲାଧିବାସ, ପାର୍ବତ୍ୟଗ୍ନିଶଂସ୍କାର, ଧାନ୍ୟାଧିବାସ କାରୁଶାଳକର୍ମ, ମହାସ୍ନାନ, ଶାୟନାଧୀବାସ ଶେଷ ହୋଇଛି ବୁଧବାର ନ୍ୟାସାରମ୍ଭ ଗୁରୁବାର ପ୍ରସାଦ୍ଧିବାସ, ଶୁକ୍ରବାର ଜୀବନ୍ୟାସ, ମହାପୂଜା, ପ୍ରାସାଦ ପ୍ରବେଶ ପୂର୍ଣ୍ଣାହୁତି ସହିତ ସନ୍ଧ୍ୟାରେ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l