May 11, 2026

ପରମାଣପୁର ଧନୁଯାତ୍ରା ଉଦଯାପିତ  କୃଷ୍ଣଙ୍କ ହାତରେ କଂସଙ୍କ ନିଧନ :ଉଗ୍ରସେନଙ୍କ ରାଜାଭିଷେକ

IMG-20250204-WA0014
Share

 

 

ସମ୍ବଲପୁର,୦୩. ୦୨: କୃଷ୍ଣଙ୍କ ହାତରେ କଂସଙ୍କ ନିଧନ ପରେ ଉଗ୍ରସେନଙ୍କ ରାଜାଭିଷେକରେ ପରମାଣପୁର ଧନୁଯାତ୍ରା ଉଦଯାପିତ ହୋଇଛି।

 

 

ଶ୍ରୀ କୃଷ୍ଣ ଆଉ ବଳରାମଙ୍କୁ ଧନୁଯାତ୍ରା ଦେଖିବା ଲାଗି ମଥୁରାକୁ ଆଣିବା ଦୃଶ୍ୟ ଓ ଗୋପପୁର ଠାରୁ ମଥୁରା ନଗରର ଛକ ଛକରେ ଭବ୍ୟ ସମ୍ବର୍ଦ୍ଧନା ନୁଆଁ ଜାଗରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।

 

 

 

ମହାଦେବ ଙ୍କର ଦିବ୍ୟ ଧନୁକୁ ଭାଙ୍ଗିଦେବା ଓ ଅଷ୍ଟମଲ୍ଲ ମାନଙ୍କୁ ନିଧନ କରିବା,

ଶ୍ରୀ କୃଷ୍ଣ ତାଙ୍କର ପିତାମାତା ଦେବକୀ ଆଉ ବସୁଦେବଙ୍କୁ ଜେଲ ଘରୁ ମୁକ୍ତି କରିବା ଭଳି ଦୃଶ୍ୟାନ୍ତର ଖୁବ ହୃଦୟ ବିଦାରକ ଥିଲା। ଶେଷରେ ଶ୍ରୀକୃଷ୍ଣଙ୍କୁ ହାତରେ କଂସଙ୍କ ନିଧନ ପରେ ଜୟ ଶ୍ରୀକୃଷ୍ଣ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ରାଜଦରବାର। ଶେଷରେ ଉଗ୍ରସେନଙ୍କୁ ଉଦ୍ଧାର କରି ରାଜାଭିଷେକ କରିବା ପରେ ପରମାଣପୁର ଧନୁଯାତ୍ରା ପରଦା ପଡିଥିଲା।ଆଜିର ରାଜକୀୟ ଅତିଥି ଭାବେ ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ଧର୍ମ ସଂସ୍କୃତିର ପ୍ରସାର ପ୍ରସାର ଦିଗରେ ପରମାଣପୁର ଧନୁଯାତ୍ରା ଟ୍ରଷ୍ଟର ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ।

 

ଏହି ଯାତ୍ରା ଦେଖିବାକୁ ଆଜି ଭର ପୁର ଦର୍ଶକଙ୍କ ପରମାଣପୁର ଚଳ ଚଞ୍ଚଳ ହୋଇଉଠିଥିଲା।ଏହି ଅବସରରେ ମିନବଜାର ସହିତ ବିଭିନ୍ନ କୁଟୀର ଶିଳ୍ପ ଘର କରଣା ଓ ଭଳିକି ଭଳି ଖାଦ୍ୟ ସାମଗ୍ରୀ ପସରାରେ ମଧ୍ୟ୍ୟ ବହୁ ଭିଡ଼ଥିବା ପରିଲକ୍ଷିତ ହୋଇଥିଲା।