April 25, 2026

ନୂଆ – ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ସହାୟତାରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ ….

ihjo
Share


ଗଜପତି ଜିଲ୍ଲା ମୋହନା ବ୍ଲକରେ ଆରମ୍ଭ ହୋଇଛି  .ନୂଆ – ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କ୍ରୀଡା ମହୋତ୍ସବ। ଆଜି ଠାରୁ ଚାରି ଦିନ ଧରି ଚାଲିବ ଏହି କ୍ରୀଡା ମହୋତ୍ସବ। ମୋହନା ବ୍ଲକ ଅଞ୍ଚଳରେ ଥିବା ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ସହ ଗାଁ ଗାଁ ରେ ଥିବା ଯୁବ ଗୋଷ୍ଟି ଙ୍କ ଦ୍ଵାରା ଖେଳା ଯାଉଥିବା ଦଳ ଗୁଡ଼ିକ ଏହି ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ମୋହନା ବ୍ଲକର ୧୧୪ଟି ଦଳ ଯୋଗ ଦେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଫୁଟବଲ, ଖୋ – ଖୋ, କବାଡି, ଭଲିବଲ, କ୍ରିକେଟ ଖେଳ ଅନ୍ତର୍ଭୁକ୍ତ ହୋଇଥିବା ଜଣାପଡିଛି। ଏହି ସମାରୋହକୁ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଆରମ୍ଭ କରିଥିବା ବେଳେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ରମାକାନ୍ତ ଚୌଧୁରୀ ଏବଂ ବ୍ଲକ ସେକ୍ସନ ଅଫିସର ବେଣୁଧର ଚଣ୍ଡ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହା ସଙ୍ଗେ ସମାରୋହରେ ଯୋଗ ଦେଇଥିବା ଅନୁଷ୍ଠାନ ମାନଙ୍କର ଖେଳ ଶିକ୍ଷକ ଓ ଦଳ ମୁଖ୍ୟ ମାନେ ଉପସ୍ଥିତ ରହିଥିଲେ।