ରାଜସ୍ୱମେଳା ପଟା ବଣ୍ଟନ କାର୍ଯ୍ୟକ୍ରମ…
ଗଞ୍ଜାମ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତହସିଲ କାର୍ଯ୍ୟାଳୟ ପରିସରରେ ମଧ୍ୟରେ ଗ୍ରାମକଣ୍ଟକ ପଟା ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଦିନ ତହସିଲଦାର କୁଞ୍ଜ ବିହାରୀ ଜେନା ତତ୍ୱାଦ୍ଧନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ପ୍ରମୁଖ ମଞ୍ଚାସିନ ହୋଇଥିଲେ l ତହସିଲଦାର ମହାଶୟ ସ୍ୱାଗତ ଭାଷଣ ଦେଇଥିଲେ l
ଗଞ୍ଜାମ ତହସିଲ ଅଧୀନରେ ଥିବା ବିଭିନ୍ନ ଗ୍ରାମର ଓ ସହର ର 383 ଜଣଙ୍କୁ ହିତାଧାରୀ କୁ ପଟା ପ୍ରଦାନ କରାଯାଇଥିଲା l ରାଜ୍ୟ ସରକାର ଙ୍କ ରାଜସ୍ୱ ବିଭାଗକୁ 5ଟି ରେ ସାମିଲ ହେଲାପରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିବା ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ସାଢେ ଚାରି କୋଟି ଜନତାଙ୍କ ଜନନାୟକ ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ ପ୍ରତେକ ଗ୍ରାମ ବା ସହରେ ସମସ୍ତ ହତାଧିକାରୀ ଙ୍କୁ ପଟା ପ୍ରଦାନ କରାଯିବ 2023ବର୍ଷ ରେ 4000 ହଜାର ହିତାଧିକାରୀ ଙ୍କୁ ପଟାପ୍ରଦାନ କରାଯାଇଛି ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଦୁଇଟି ଜିଲ୍ଲା ରେ ଗ୍ରାମ କଣ୍ଟକ ପଟା ଥିଲା ପ୍ରାୟ ହିତାଧିକାରୀ କୁ ପଟା ପ୍ରଦାନ କରାଗଲାଣି ବଳକା ଙ୍କୁ ଶୀଘ୍ର ପଟା ପ୍ରଦାନ କରାଯିବ କହିଥିଲେ ତା ସହିତ ସମସ୍ତ ରାଜସ୍ବ ନିରୀକ୍ଷକ ଧନ୍ୟବାଦ ଜଣେଇଥିଲେ l ବର୍ତ୍ତମାନ ସମୟରେ ତହସିଲ ପ୍ରସାଶନ ଗ୍ରାମ କଣ୍ଟକ ପଟା ବଣ୍ଟନ କରୁଥିବା ବେଳେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଖୁସି ବ୍ୟକ୍ତ କରିଥିଲେ l
ଏହି କାର୍ଯ୍ୟକ୍ରମ କୁ ହିସାବ ରକ୍ଷକ ନଳିନୀ କାନ୍ତ ନାହାକ, କନିଷ୍ଟ ରାଜସ୍ୱ ନିରୀକ୍ଷକ ଦିନେଶ ପାତ୍ର, କାର୍ଯ୍ୟାଳୟ ର ସମସ୍ତ କର୍ମଚାରି ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)