ଆଜିଠୁ କାର୍ଯ୍ୟବନ୍ଦ କଲେ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘର ୫ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍
ଛତ୍ରପୁର -୦୩/୧୨/୨୪(ଅରୁଣ କୁମାର ପଣ୍ଡା )ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ୫ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା: ଏମବିକେ, ସିଆରପି, ବ୍ୟାଙ୍କମିତ୍ର, କୃଷିମିତ୍ର, ପ୍ରାଣୀମିତ୍ର ଙ୍କୁ ଆଜି କି ପ୍ରାୟ ୮ ମାସ ହେଲା ନିଜର ପାରିଶ୍ରମିକ ମିଳିନାହିଁ l ଗ୍ରାମପଞ୍ଚାୟତର ତୃଣଭୂମି ସ୍ତରରେ କାର୍ଯ୍ୟକରି ସରକାରଙ୍କ ଯୋଜନକୁ ସଫଳ ରୂପାୟନ ଦେଇଥିଲେ l କିନ୍ତୁ ସ୍ଵଳ୍ପ ପାରିଶ୍ରମିକ ସହ ସାଂସାରିକ କାର୍ଯ୍ୟ ଚାପ ସତ୍ତ୍ବେ କେବେ ନିଜର କାର୍ଯ୍ୟ କ୍ଷେତ୍ରରେ ଅବହେଳା ନ କରି କାର୍ଯ୍ୟ ସଂପାଦନ କରିଥିଲେ l କିନ୍ତୁ ବିଗତ ୮ ମାସ ହେଲା ନିଜର ପାରିଶ୍ରମିକ ପାଇବାରୁ ବଞ୍ଚିତ ଅଛନ୍ତି ସାରା ଓଡ଼ିଶାର ୫ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ l ସୂଚନା ଥାଉକି, ଅଲ୍ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ ନିର୍ଦ୍ଦେଶ କ୍ରମେ ଗତ ସେପ୍ଟେମ୍ବର ୨୫ ତାରିଖରେ ପ୍ରତି ବ୍ଲକ୍ ରେ କଲମ ଛାଡ଼ ଆନ୍ଦୋଳନ କରିଥିଲେ l ତାହା ସହିତ ନଭେମ୍ବର ୪ ତାରିଖରେ ଅଲ୍ ଓଡ଼ିଶାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଭୁବନେଶ୍ଵର ସ୍ଥିତ ଓଡ଼ିଶା ଜୀବିକା ମିସନ୍ କାର୍ଯ୍ୟଳୟ ଘେରଉ କରିଥିଲେ l ଓଡ଼ିଶା ଜୀବିକା ମିଶନ ର ନିର୍ଦ୍ଦେଶିକାଙ୍କ ସହ ଆଲୋଚନା ପରେ ଅକ୍ଟୋବର ୨ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ l କିନ୍ତୁ ତାପରେ ପରେ ବି ଅର୍ଥାତ୍ ଡିସେମ୍ବର ୨ ତାରିଖ ସୁଦ୍ଧା ଦେଇଥିବା ଦାବି ପୂରଣ ନହେବା ଯୋଗୁଁ ଆଜି ଛତ୍ରପୁର ବ୍ଲକ୍ ବିଡ଼ିଓ ଅନୁପସ୍ଥିତ ହେତୁ ବ୍ଲକ୍ ବୀତ (ଫାଇନାନ୍ସ) ଅଧିକାରୀଙ୍କୁ ଡିସେମ୍ବର ୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ତଥା ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ସମୂହ କାର୍ଯ୍ୟବନ୍ଦ କରିବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ତାହାର ଏକ ଏକାକିତ ନକଲ ବ୍ଲକ୍ ର ବିପିଏମ୍, ବିପିସି ଙ୍କୁ ପ୍ରେରଣ କରିଛନ୍ତି l ତାହା ସହିତ ଅଲ୍ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ ନିର୍ଦ୍ଦେଶ ରହିଛି ଆଗାମୀ ଡ଼ିସେମ୍ବର ୯ ତାରିଖରେ ଭୁବନେଶ୍ଵର ରାଜରାସ୍ତାରେ ଜୋରଜାର ଆନ୍ଦୋଳନ କରାଯିବ l ଦାବିପତ୍ର ପ୍ରଦାନ ବେଳେ ୧୮ ଗୋଟି ଗ୍ରାମପଞ୍ଚାୟତର ୫ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ର ପ୍ରାୟ ସଦସ୍ୟା ଉପସ୍ଥିତ ଥିଲେ l