June 21, 2026

ଅଡବା ବ୍ଲକ କେଳାପେଙ୍କା ଗ୍ରାମରେ 54,000 ଗଂଜେଇ ଗଛ ସବୁ ପୋଡି ନଷ୍ଟ.

IMG-20241203-WA0057
Share

କାଶୀନଗର /ପାରଳାଖେମୁଣ୍ଡି,

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତର କେଳାପେଙ୍କା ଗ୍ରାମ ମଧ୍ୟରେ ପ୍ରାୟ 27 ଏକର ଜମିରେ ବେଆଇନ ଭାବେ ଲଗା ଯାଇଥିବା ପ୍ରାୟ 54,000 ଗଂଜେଇ ଗଛ ସବୁ ପୋଡି ନଷ୍ଟ କରାଯାଇଛି. ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଅପେରସନ ଗ୍ରୀନ କ୍ଲିନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ର ପୋଲିସ, ଅବକାରୀ, ବନ ବିଭାଗ ଓ ରାଜସ୍ବ ବିଭାଗ ର ପ୍ରାୟ 180 କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସବୁ ଗଞ୍ଜାଇ ଗଛ ନଷ୍ଟ କରିବା ସହ ପୋଡି ଦେଇଥିଲେ. ବର୍ତମାନ ଗଜପତି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ବେଆଇନ ଗଂଜେଇ ଗଛ ନ ଲଗେଇବା ପାଇଁ ଏକ ସଚେତନ କାର୍ଯ୍ୟକ୍ରମ ଜାରି କରି ଥିବା ସୂଚନା ମିଳିଛି.