September 21, 2024

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମଣ୍ଡେଇ କବିତା ପାଠୋତ୍ସବ

Share

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମଣ୍ଡେଇ କବିତା ପାଠୋତ୍ସବ

ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ନବରଙ୍ଗପୁର, ମଣ୍ଡେଇ ୨୦୨୩ ପାଳନ ପରିପ୍ରେକ୍ଷୀରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। କବିତା ପାଠୋତ୍ସବ ଓ ସ୍ମରଣିକା କମିଟି ଅଧ୍ୟକ୍ଷ ବିଜୟ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ବରଣ୍ୟ ଅତିଥି ଭାବେ କମିଟିର ଉପଦେଷ୍ଟା ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଆଶୁତୋଷ ପାତ୍ର, ଅଶ୍ଵିନୀ କୁମାର ମାଝୀ, ସୁବ୍ରତ ବେହେରା ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ କବିତା ପାଠୋତ୍ସବ ପରିଚାଳନା କରିଥିବା ବେଳେ ସାଇକେର ଏଜୁକେଶନ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ୧୦ ଗୋଟି ବ୍ଲକ ଓ ଦୁଇଟି ପୌର ପାଳିକାରୁ ଶତାଧିକ କବି ଓ କବିୟତ୍ରି ମାନେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ଉଚ୍ଚସ୍ୱୀତ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମରେ କବି ଓ କବିୟତ୍ରୀ ମାନେ
ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସ୍ଵର୍ଣ୍ଣଲତା ପଟ୍ଟନାୟକ, ଜେମା ମଣି ବିଷୋୟୀ,ବନ୍ଦିତା କର, ଜାହ୍ନବୀ ପଣ୍ଡା, ନମିତା ଘଡେ଼ଇ, ସ୍ବପ୍ନା ମହାନ୍ତି ଓ ସୁଶୋଭିତା ମେରିଲିନ ତୁରୁକୁ ସଂଯୋଜନା କରିଥିଲେ। ଚଳିତ ବର୍ଷ କବିତା ପାଠୋତ୍ସବରେ ନାବାଳକ ଓ ନବାଗତ ଯୁବ କବି ମାନେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଅଂଶ ଗ୍ରହଣ କାରି କବି ଓ କବିୟୋତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଡ ବିଜୟ ମିଶ୍ର, ମୁନା ତ୍ରୀପାଠୀ, ଧରିତ୍ରୀ ପୁଜାରୀ, କିଶୋର ପଟ୍ଟନାୟକ, ଦୁର୍ଗା ପ୍ରସାଦ ପାଢୀ, ପ୍ରମୁଖ ସହଯୋଗ କରିଥିଲେ।