ବରପାଲି ରେ ମଣ୍ଡସ୍ତରୀୟ ଶିଶୁ ମୋହତ୍ସବ ‘ସୁରଭି – ୨୦୨୬ ‘
ବରପାଲି – ୩/୧୧(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ସ୍ତରୀୟ ଶିଶୁ ମୋହତ୍ସବ ‘ ସୁରଭି – ୨୦୨୬ ‘ ଗତ ସୋମବାର ଦିନ ସ୍ଥାନୀୟ ସରକାରି ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆନନ୍ଦ ଓ ଉତ୍ସାହ ସହ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି ମୋହତ୍ସବରେ ବରପାଲି ବ୍ଲକର ୧୪ଟି କ୍ଲଷ୍ଟରରୁ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ l ମୋହତ୍ସବର ଉଦଘାଟନୀ ଅଧିବେଶନରେ ବ୍ଲକ ଶିକ୍ଷା ଅଧିକାରୀ ଆଲୋକ ପାଧନ ଅଧ୍ୟକ୍ଷତା କରିଥିବା ବେଳେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବରପାଲି ତହସିଲ ଦାର ରୁକ୍ମଣ ମେହେର ,ବରପାଲି ଥାନା ଅଧିକାରୀ ପ୍ରମୋଦ କୁମାର ସାହୁ ସମ୍ମାନୀତ ଅତିଥି ଯୋଗ ଦେଇ ମଞ୍ଚାସିନ ଥିଲେ l ସେହିପରି
ଏବିଇଓ ଦୁର୍ଯୋଧନ ସିଂହ, ରତ୍ନକୁମାର ଭୋଇ, ଓ ଦିଲ୍ଲୀପ ମେହେର ଅତିଥି ଭାବେ ଯୋଗ ଦେଇଥିଲେ l ମୋହତ୍ସବ ଅବସରରେ ବିର୍ତକ, ପ୍ରବନ୍ଧ ଲିଖନ, ସୃଜନ ଶିଲ ଲିଖନ, ଚିତ୍ରାଙ୍କନ, ହସ୍ତାକ୍ଷର ଲିଖନ, ଓ ନୃତ୍ୟ ଆଦି ବିଭିନ୍ନ ବିଭାଗରେ ପ୍ରତି ଯୋଗିତା ହୋଇଥଲା l ଏଥି ସହିତ ପିଏମ୍ ପୋଷଣ ଯୋଜନା ଆଧାରିତ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା l ବିଧାୟକ ଗଡତିଆ କୃତି ପ୍ରତିଯୋଗୀ ଙ୍କୁ ପୁରସୃତ କରିଥିଲେ l ଦ୍ୟୁତିୟ ଅଧି ବେଶନରେ ବରପାଲି ବ୍ଲକ ଅଧ୍ୟକ୍ଷା ରିନା ଥଇତ ମୁଖ୍ୟ ଅତିଥି ଭାବେ, ଯୋଗ ଦେଇଥିବା ବେଳେ
ବରପାଲି ବିଡ଼ିଓ ସୁମନ୍ତ କୁମ୍ଭାର,ହାଇସ୍କୁଲ ଏସ୍ଏମସି ଚେୟାରମେନ ହୃଷୀକେଶ ପଧାନ ସମ୍ମାନୀତ ଅତିଥି ଭାବେ
ଯୋଗଦେଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଶିକ୍ଷକସୋହନ ପଧାନ ସଭା ସଞ୍ଚାଳନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ବ୍ଳକର ସମସ୍ତ ଶିକ୍ଷକ, ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l
