November 3, 2026

ବିଦ୍ୟୁତ୍ ଉପଭୋକ୍ତା କମିଟି ପକ୍ଷରୁ ଟାଟା ହଟାଓ-ଓଡିଶା ବଂଚାଓ ଶୋଭାଯାତ୍ରା

IMG-20261103-WA0040
Share

 

ତାଳଚେର, ୦୩/୧୧ ଓଡିଶାରେ ଟାଟା ପାୱାର କଂପାନୀ ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବାରୁ ଏନେଇ ତାଳଚେର ବିଦ୍ୟୁତ୍ ଉପଭୋକ୍ତା କମିଟି ଓ ଟାଟାରେ ନିୟୋଜିତ ଠିକା କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବରେ ଟାଟା ହଟାଓ-ଓଡିଶା ବଂଚାଓ ଅଭିଯାନ ନେଇ ସହରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୪ ରିଖରେ ଭୁବନେଶ୍ୱର ଠାରେ ବିଦ୍ୟୁତ୍ ଉପଭୋକ୍ତା କମିଟି ଓ ଟାଟାରେ ନିୟୋଜିତ ଠିକା କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବରେ ଏକ ସମାବେଶ ହେଉଥିବାରୁ ଏଥିରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେବାକୁ ନିବେଦନ କରାଯାଇଛି । ସ୍ମାର୍ଟ ମିଟର ନାମରେ ଅଧିକ ଅର୍ଥ ଆଦାୟ, ଅଘୋଷିତ ବିଦ୍ୟୁତ୍ କାଟ୍‌, କେବୁଲ୍ ପରିବର୍ତନ ଓ ଘରୋଇ କେବୁଲ୍ ବଦଳ ନାମରେ ୧୧୨୮ ଟଙ୍କା ଆଦାୟ, ମିଟର ସ୍ଥାନାନ୍ତରଣ ପାଇଁ ୭୯୮ ଟଙ୍କା, ମିଟର ଯାଂଚ ନାମରେ ୫୯୦ ଟଙ୍କା ଏପରି ଭାବରେ ବେନିୟମ୍ ଆଦାୟକୁ ବିରୋଧ କରାଯାଉଅଛି । ସେହିପରି ଏନଫୋର୍ସମେଂଟ୍ ନାମରେ ଅଧିକ ଜୋରିମନା ଆଦାୟ, ବକେୟା ବିଲ୍ ରେ ମନଇଚ୍ଛା ଅର୍ଥ ଯୋଡିବା, ଧମକ୍ ପୂର୍ଣ୍ଣ ଭାବେ ବିଦ୍ୟୁତ୍ ସଂଯୋଗ କାଟିବା, ସଠିକ୍ ବିଲ୍ ଓ କାଗଜପତ୍ର ନଦେବା, ମିଟର ଜମ୍ପ ଯୋଗୁଁ ଅଧିକ ବିଲ୍ ଆସିବା ଏବଂ ମନଇଚ୍ଛା ମିଟର ଚାର୍ଜ ଆଦାୟ ଭଳି ଅନ୍ୟାୟକୁ କମିଟି ଘୋର ନିନ୍ଦା କରୁଛି । ଅଧିକ କୋଇଲା ଜାଳି ଦେଶର ସବୁଠାରୁ ଅଧିକ ବିଜୁଳି ଉତ୍ପାଦନ କରି ତାଳଚେରବାସୀଙ୍କୁ ପ୍ରଦୂଷଣରେ ଜର୍ଜରିତ କରି ବିଭିନ୍ନ ମାରାତ୍ମକ ରୋଗରେ ଶୀକାର ହେଉଥିବାରୁ ତାଳଚେରବାସୀଙ୍କୁ ଏନଟିପିସି ପକ୍ଷରୁ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଉପଭୋକ୍ତା କମିଟି ସରକାରଙ୍କ ପାଖରେ ଦାବୀ କରୁଅଛି । ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଭିନ୍ନ ନାରାବାଜି ଦେଇ ଉପଭୋକ୍ତା କମିଟି ପକ୍ଷରୁ ନଖିଆ ସାହୁ, କେଶବ ଭୂତିଆ, ସୁଲେଖ ସେଠୀ, ଖଗେଶ୍ୱର ନାଏକ, ପ୍ରଫୁଲ ନାଏକ, ବିଜୟ ମିଶ୍ର, ଶ୍ରୀକାନ୍ତ ଦାସ, ପ୍ରଦୀପ ମହାରଣା, ବାପି ମହାନ୍ତି, ସତ୍ୟାନନ୍ଦ ମହାନ୍ତି, ଅଶ୍ୱିନୀ ଶତପଥି, ଉତ୍କଳ ସିଂ, ସୁରଥ ରଥ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।