ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର ପଞ୍ଚାୟତର ହରଡ଼ାପଦର ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ନାବାଳକ l ଆଜି କୁନାକାଡ଼ୁ ଗ୍ରାମର କନୁମାଝୀଙ୍କର ଦୁଇ ନାବାଳକ ପୁଅ ସମରୁ ମାଝୀ (12 ବର୍ଷ ) ଓ ରବିମାଝୀ (7 ବର୍ଷ ) ସକାଳ 8 ଟା ସମୟରେ କୁନାକାଡ଼ୁ ଗ୍ରାମରୁ ନିକଟସ୍ଥ ହରଡ଼ା ପଦର ଗ୍ରାମକୁ ଯାଇଥିଲେ l ଗ୍ରାମ ନିକଟରେ ସେମାନଙ୍କ ଜମିର ଫସଲ ଦେଖିବାକୁ ଯିବା ସମୟରେ ହଠାତ ଏକ ବଡ଼ ଦନ୍ତାହାତୀ ସେମାନଙ୍କ ସାମାନାକୁ ଆସିଗଲା l ନାବାଳକ ଦୁଇଟି କିଛି ବୁଝିବା ପୂର୍ବରୁ ହାତୀଟି ବଡ଼ଭାଇ ସମରୁ କୁ ଶୁଣ୍ଡରେ ଟେକି ନେଇ କଚାଡ଼ି ଦେଲା l ସମରୁ ତଳେ ପଡ଼ିଥିବା ବେଳେ ସାନ ଭାଇ ରବି ତା ନିକଟକୁ ଯାଇ ତାକୁ ଉଠାଇବାକୁ ଚେଷ୍ଟା କଲା ବେଳେ ହାତୀଟି ପୁଣି ଆସି ରବିକୁ ପାଦରେ ଦଳି ଦେଇ ଚାଲିଗଲା l ଫଳରେ ରବିର ପେଟ ଓ ଛାତି ବିଦୀର୍ଣ୍ଣ ହୋଇ ସେଇ ସ୍ଥାନରେ ହିଁ ସେ ମୃତ୍ୟୁ ବରଣ କଲା l ହାତୀ ଚାଲିଗଲା ପରେ ଗ୍ରାମର ଲୋକେ ସମରୁକୁ ଗୁରୁତର ଅବସ୍ଥାରେ ଆଣିଲେ ଏବଂ ରବିକୁ ମୃତ ଦେଖି ଜଙ୍ଗଲ ବିଭାଗ ଓ ପୋଲିସକୁ ଖବର ଦେଲେ l ଖବର ପାଇ ଫରେଷ୍ଟର ଧରଣୀଧର ପଣ୍ଡା, ବିଜେପୁର ଆଇ. ଆଇ. ସି
ନୀଳାମ୍ବର ଜାନି ଓ ତ୍ରିଲୋଚନପୁର ସରପଞ୍ଚ ସେଠାରେ ପହଞ୍ଚି ଥିଲେ l ସେଠାରେ ଲୋକଙ୍କୁ ବୁଝା ସୁଝା କରିଥିଲେ l ପଞ୍ଚାୟତ ତରଫରୁ ପୀଡିତଙ୍କର ବାପା ମାଆଙ୍କୁ ତିନି ହଜାର ଟଙ୍କା ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ଦୁଇ ହଜାର ଟଙ୍କା ଦିଆ ଯାଇଥିଲା l
ସେଠାକୁ ଲାଞ୍ଜିଗଡ଼ର ସରକାରୀ ଡାକ୍ତରୀ ଟିମ jaaithilel ଆହତ ବାଳକ ସମରୁର ଚିକିତ୍ସା କରିବା ସହିତ ସେହି ସ୍ଥାନରେ ହିଁ ଏକ ଶୋକାକୁଳ ପରିବେଶ ମଧ୍ୟରେ ମୃତ ରବି ମାଝୀର ଶବ ସତ୍କାର କରାଯାଇଥିଲା l ଅଞ୍ଚଳବାସୀ ମୃତକ ରବି ମାଝୀର ପରିବାରକୁ କ୍ଷତି ପୂରଣ ବାବଦରେ ସରକାରଙ୍କ ପକ୍ଷରୁ ଦଶଲକ୍ଷ ଟଙ୍କା ଦିଆଯାଉ ବୋଲି ଦାବୀ କରିଥିଲେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ
ନିୟୁଜ ଉପାନ୍ତ ଖବର
