July 6, 2024

ମୋହନା ବ୍ଲକରେ ଛ’ତାରିଖ ହେବାକୁ ଥିବା ମୋ ଓଡ଼ିଶା ନବୀନ ଓଡ଼ିଶା

Share

ମୋହନା ବ୍ଲକରେ ଛ’ତାରିଖ ହେବାକୁ ଥିବା ମୋ ଓଡ଼ିଶା ନବୀନ ଓଡ଼ିଶାb କାର୍ଯ୍ୟକ୍ରମ ସ୍ଥାନ ପରିଦର୍ଶନ କଲେ ଗୋଷ୍ଟି ଉନ୍ନୟନ ଅଧିକାରୀ —-
ଗଜପତି ଜିଲ୍ଲାରେ ଚଳିତ ମାସ ଛ’ ତାରିଖ ସୋମବାର ଦିନ ଆରମ୍ଭ ହେବାକୁ ଥିବା ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଶୁଭ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ପ୍ରତି ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରି ଗାଁ ଗାଁ ରେ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବେ। ତେଣୁ ଏହି କାର୍ଯ୍ୟକ୍ରମ ଏକ ଆଡମ୍ବର ସହକାରେ ପାଳନ କରିବା ପାଇଁ ପ୍ରସ୍ତୁତି ଜିଲ୍ଲାର ସମସ୍ତ ବ୍ଲକ ରେ ଆରମ୍ଭ ହୋଇଛି। ମୋହନା ବ୍ଲକରେ ଏହି କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ପାଳନ କରିବା ନିମନ୍ତେ ପୂର୍ବରୁ ପ୍ରସ୍ତୁତି ସାରିଥିବା ବେଳେ ସ୍ଥାନୀୟ ହାଇସ୍କୁଲ୍ ପଡ଼ିଆରେ କାର୍ଯ୍ୟକ୍ରମ କରିବା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥଳକୁ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ନିଜ ସହକର୍ମୀ ମାନଙ୍କ ସହ ପରିଦର୍ଶନ କରି ତଦାରଖ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ଚାରି ହଜାରରୁ ଅଧିକ ଲୋକ ସମାଗମ ହେବେ ବୋଲି ଆକଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ବ୍ଲକର ସମସ୍ତ ପଞ୍ଚାୟତ କୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେବା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମ ସ୍ଥଳ ତଦାରଖ କରିଥିଲେ ବିଡିଓ ହଳଧର ଶବର ଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥି, ଯୋଗାଣ ନିରୀକ୍ଷକ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ।

You may have missed