ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ରୋବ ସୁରଭି -୨୦୨୩ ପାଳିତ
ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ରୋବ ସୁରଭି -୨୦୨୩ ପାଳିତ
ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ଡିଆଇଟି ସ୍କୁଲ ପରିସର ରେ ଆଜି ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ରୋବ ସୁରଭି -୨୦୨୩ ପାଳିତ ହୋଇଯାଇଛି । ତେବେ ଜିଲ୍ଲାଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସମାପତିତ୍ଵରେ ହୋଇଥିବା ଏହି ସଭା ରେ ଏହି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବିମଲେନ୍ଦୁ ରାୟ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ,ଟିଟିଲାଗଡ଼ ଡିଆଇଭି ଶିବ ପ୍ରସାଦ ବେହେରା ମୁଖବକ୍ତା ଭାବେ
ଯୋଗ ଦେଇ ଛାତ୍ରୀଛାତ୍ରୀ ମାନଂକୁ ଉତ୍ସାହିତ କରିବାସହ ସୁରଭି -୨୦୨୩ ଉଦେଶ୍ୟ ଓ ବାର୍ତା ବାଣ୍ଟି ଥିଲେ l ତେବେ ଏହି ଦିବସରେ ଜିଲ୍ଲାର ବିଭିନ୍ନ ବ୍ଲକର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ନାମକୁ ମାତ୍ର ପ୍ରେସ ଗ୍ୟାଲେରୀ ସାମ୍ବାଦିକଙ୍କୁ ଚୌକି ନାହିଁ
ତେବେ ଆଜି ଜିଲ୍ଲସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଙ୍କ ଜରିଆ ରେ ପତ୍ର ସଂଖ୍ୟା 2241 ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ଡକାଯାଇଥିଲା l ହେଲେ ନାମକୁ ମାତ୍ର ମିଡ଼ିଆ ଗ୍ୟାଲେରୀ କିନ୍ତୁ କିଛି ମାଷ୍ଟର ଙ୍କ ପାଇଁ ମିଡ଼ିଆ ଗ୍ୟାଲେରୀ ଚୌକି ଆବୃତି ଦୃଶ୍ୟ ଖୁବ ନିଆରା l ଜଣେ କହିଲେ ଏଇଠି ବସିବା ଆଉଜଣେ କହିଲେ ଏଇବା ମିଡ଼ିଆ ଗ୍ୟାଲେରୀ ଅନ୍ୟ ଆଜ୍ଞା ଜଣକ କହିଲେ ହେଲେ କଣ ହେଲା ଏଇଠି ବସିବା l ଏହି ସମୟ ରେ ଆଉଜଣେ ଆଜ୍ଞା ଆସି କହିଲେ ଟିକେ ଏଇଠି ବସିବା ଫୋଟୋ ଉଠାଇବି ତ l ତାପରେ ଗ୍ୟାଲେରୀ ଫୁଲ l ଠିକି ସେହି ସମୟ ରେ ଆସିଥିଲେ ମୁଖ୍ୟ ଅତିଥି କିନ୍ତୁ ସେଠି ବସିବା ପାଇଁ ଚୌକି ନ ଥିବାରୁ ଶେଷରେ ଗଣମାଧ୍ୟମ ପ୍ରତିନିଧି ଆଜ୍ଞା ମାନେ ଫୋଟୋ ଉଠାଇ ସେଠାରୁ ବାହୁଡ଼ି ଥିଲେ ଓ ଶୁଣିବାକୁ ମିଳୁଥିଲା ଧନ୍ୟରେ ଶିକ୍ଷା ବିଭାଗ ଫୋଟୋ ଉଠାଇବା ପାଇଁ ନିଜ କର୍ତ୍ତବ୍ୟ ଭୁଲିଯାଉଛନ୍ତି l