March 13, 2026

କାନ୍ଦୁଛି ଜଳସରପୂର୍ ସ୍କୁଲ,ହସୁଛି ଯନ୍ତ୍ରୀ

WhatsApp Image 2023-11-03 at 11.48.45 AM
Share

ହାଟଡିହି: ମୋ ସରକାର ୫ଟି କୁ ବଦନାମ କରୁଛନ୍ତି ଯନ୍ତ୍ରୀ।ଏହିଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଅନ୍ତର୍ଗତ ଗେଡମା ପଞ୍ଚାୟତ ଜଳସରପୁର ଉଚ୍ଚ ବିଦ୍ୟାଳୟରେ। କାର୍ଯ୍ୟାଦେଶ ହାଇସ୍କୁଲ ପାଇଁ କିନ୍ତୁ କାର୍ଯ୍ୟ ଚାଲିଛି ପ୍ରାଥମିକ ବିଦ୍ୟାଳୟରେ ।ଯନ୍ତ୍ରୀଙ୍କ ମନମାନିନୀ କୁ ବିରୋଧ କରି ହାଇକୋର୍ଟ ର ଦ୍ବାରସ୍ଥ ହେଲେ ସ୍କୁଲ କମିଟି ସଦସ୍ୟା।ଲୋକମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ୫ଟି ରେ ଅନୁଦାନ ପ୍ରଦାନ କରୁଛନ୍ତି।ହେଲେ ଯନ୍ତ୍ରୀଙ୍କ ମନମାନିନୀ ପାଇଁ ଲୋକମାନେ ଅସୁବିଧା ରେ ପଡ଼ୁଛନ୍ତି।ପ୍ରାଥମିକ ବିଦ୍ୟାଳୟ ରେ ୫ଟି ରୁପାନ୍ତରିତ କାର୍ଯ୍ୟ ଚାଲୁରହିଥିବା ବେଳେ କମିଟି ସଦସ୍ୟା ସରସ୍ଵତୀ ଖଟୁଆ ହାଇକୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି।ଉଚ୍ଚ ନ୍ୟାୟାଳୟ ର ଆଦେଶକୁ କମିଟି ସଦସ୍ୟା ସରସ୍ଵତୀ ଖଟୁଆ ବିଡିଓ ଶ୍ରୀ ପାଣିଗ୍ରାହୀ ଙ୍କୁ ଭେଟି ପ୍ରଦାନ କରିଛନ୍ତି।ଆଜି ବିଡିଓ ସ୍କୁଲ ପରିଦର୍ଶନ ରେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଉଭୟ ପ୍ରଧାନ ଶିକ୍ଷକଙ୍କୁ ନିଜ ନିଜର ଜାଗା ଚିହ୍ନଟ କରିବା ପାଇଁ କହିଛନ୍ତି।କାର୍ଯ୍ୟାଦେଶ ଅନୁସାରେ ସଠିକ୍ ସ୍ଥାନରେ ୫ଟି ରୂପାନ୍ତରିତ କାର୍ଯ୍ୟ କରିବା ପାଇଁ ଗ୍ରାମର ଆଶିଷ ରଞ୍ଜନ ଧଳ ,ସଞ୍ଜୟ ଧଳ, ବରଦାପ୍ରଶନ ନାୟକ,ଭମରବର୍ ଜେନା ପ୍ରଶାସନକୁ ନିବେଦନ କରିଛନ୍ତି।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।