ଖବର ଆଜିର
*ଖବର ଆଜିର*
ତାରିଖ ୦୩/୧୧/୨୦୨୩ ଶୁକ୍ରବାର ।।
ଆଇସିସି ବିଶ୍ବକପ୍ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ସୁପାରିଶ କଲେ କଲେଜିୟମ ।
ମେଟା ମାଲିକାନା ହ୍ଵାଟସ୍ ଆପ୍ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ଅନୁଯାୟୀ ସେପ୍ଟେମ୍ବରରେ 71.1 ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି।
ଡାଇବେଟିସରେ ପୀଡିତ ରୋଗୀଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିପାରେ । ଯଦି ସବୁକିଛି ଠିକ୍ ରୁହେ, ତେବେ ଶୀଘ୍ର ରୋଗୀଙ୍କୁ ଇନ୍ସୁଲିନର ଯନ୍ତ୍ରଣାରୁ ମୁକ୍ତି ମିଳିପାରେ । ଆଗାମୀ କିଛି ବର୍ଷରେ ଇନ୍ସୁଲିନ୍ ସ୍ପ୍ରେ ଲୋକଙ୍କ ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରେ । ଏହାଦ୍ୱାରା ରୋଗୀ ସିରିଞ୍ଜ ବଦଳରେ ମୁହଁରେ ହିଁ ଇନ୍ସୁଲିନ୍ ନେଇପାରିବେ ।
ବିଶ୍ୱକପ୍ ୨୦୨୩: ୱାଙ୍ଖଡ଼େରେ ଶାମି ଧମାକା, ଜାହିର ଖାନ୍ଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍ ବୋଲର, ବିଶ୍ୱକପ୍ରେ ସର୍ବାଧିକ ୱିକେଟ୍ ।
ସାମି ଓ ସିରାଜଙ୍କ ଘାତକ ବୋଲିଂ; ୫୫ ରନରେ ଶ୍ରୀଲଙ୍କା ଅଲଆଉଟ୍, ୩୦୨ ରନରେ ଭାରତର ବିଶାଳ ବିଜୟ ।
ମଦ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହେଲେ କେଜ୍ରିୱାଲଙ୍କର ଆଉ ଜଣେ ମନ୍ତ୍ରୀ । କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର ଆନନ୍ଦଙ୍କ ଠିକଣାରେ ଇଡିର ଚଢାଉ ।
କେରଳ ବିସ୍ଫୋରଣ ଘଟଣା: କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ।
ହାଜର ହେଲେ ମହୁଆ ମୋଇତ୍ରା । ୱାକଆଉଟ୍ କଲେ ବିରୋଧୀ ସାଂସଦ।
ରାୟ ସଂରକ୍ଷିତ, ୨ ସପ୍ତାହ ମଧ୍ୟରେ ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ନିର୍ବାଚନ କମିଶନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଅତ୍ୟାଧୁନିକ ନିଓନାଟାଲ୍ ରିଶୁସିଟେସନ ପ୍ରୋଗ୍ରାମ ଆୟୋଜିତ ।
ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
ସଂଗଠନକୁ ପୁଣି ଫେରିଲେ ସଂଜୟ: ବିବାଦ ଭିତରେ ପ୍ରତାପ ଜେନାଙ୍କୁ ଦାୟିତ୍ୱ ।
ହାତରେ ଫଟୋ ଧରି ଛଡ଼ା ହୋଇଥିଲା ଝିଅ, ସଭା ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଜିତିଲା ସଭିଙ୍କ ହୃଦୟ ।
ତୃତୀୟ ପର୍ଯ୍ୟାୟ ସ୍ନାତକୋତ୍ତର ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ।
ଇଣ୍ଡିଆ ମେଣ୍ଟର ମନ୍ଥରତା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର।
ବିଶ୍ୱକପ୍ ମ୍ୟାଚ୍ ଛାଡ଼ି ଘରକୁ ଫେରିଗଲେ ଅଷ୍ଟ୍ରେଲିଆ ଅଲ୍ ରାଉଣ୍ଡର ମିଚେଲ ମାର୍ଶ। ବ୍ୟକ୍ତିଗତ କାରଣରୁ ସେ ଅଷ୍ଟ୍ରେଲିଆ ଫେରିଯାଇଥିବା ଟିମ୍ ପକ୍ଷରୁ ଘୋଷଣା କରାଯାଇଛି।
ପୁଣି ଜାତିଗତ ହିଂସା: ପାଞ୍ଚ ଘଣ୍ଟା ଧରି ପିଟିଲେ, ଯୁବକଙ୍କ ଉପରେ ପରିସ୍ରା କଲେ, ୬ ଜଣକୁ ଗିରଫ କଲା ପୋଲିସ ।
ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ଦୁଇ ଦିନ ପାଇଁ ସମସ୍ତ ପ୍ରାଥମିକ ସ୍କୁଲ୍ ବନ୍ଦ ।
ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର ।
ସୁପ୍ରଭାତ ,ଶୁଭ ସକାଳ ।