October 5, 2024

ପ୍ରେରଣା ନିଉଜ୍ ପୋର୍ଟାଲ ର ଚତୁର୍ଥ ପ୍ରତିଷ୍ଠା ଦିବସ

Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ‘ପ୍ରେରଣା ନିଉଜ୍ ପୋର୍ଟାଲ’ ର ଚତୁର୍ଥ ପ୍ରତିଷ୍ଠା ଦିବସ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଅଧିବେଶନରେ ପ୍ରେରଣା ତରଫରୁ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l କବି ରତ୍ନମୟ ତ୍ରିପାଠୀ ଓ ଚୁମକି ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ କବି ଓ କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ l କବିତା ପାଠୋତ୍ସବରେ ଡ. ପ୍ରହଲ୍ଲାଦ ସତପଥୀ ସଭାପତିତ୍ଵ କରିଥିଲେ l ପରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇ ପ୍ରେରଣା ନିଉଜ୍ ପୋର୍ଟାଲର ଖବର ପରିବେଷଣ ଶୈଳୀ ଆହୁରି ଉନ୍ନତି ହେବା ସହ ଓ ଲୋକଙ୍କ ଆହୁରି ନିକଟତର ହେଉ ବୋଲି କାମନା କରିଥିଲେ l ସମାଜିକ ଓ ରାଜନୈତିକ କ୍ଷେତ୍ରରେ ଥିବା ଭୁଲ ତ୍ରୁଟି କୁ ସୁଧୁରାଇବାରେ ପ୍ରେରଣା ନିଜର ଦାୟିତ୍ଵ ନିର୍ବାହ କରୁଥିବାରୁ ଏହାର କର୍ମକର୍ତ୍ତା ମାନଙ୍କୁ ବିଧାୟକ ଶ୍ରୀ ସିଂହଦେଓ ପ୍ରସଂଶା କରିଥିଲେ l ପ୍ରଥମେ ଅତିଥି ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଆଲୋଚନା ସଭାକୁ ଉଦଘାଟନ କରିଥିଲେ l ସମ୍ମାନିତ ବକ୍ତା ଭାବରେ ଅଧ୍ୟାପକ ମଦନ ସୁନ୍ଦର୍ କ୍ଷେତୀ ଓ ମୁଖ୍ୟ ବକ୍ତାଭାବରେ ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ମଞ୍ଚାସୀନ ରହି ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭ୍ରାନ୍ତିକର ଖବର ଓ ପେଡ଼ ନିଉଜ୍ ଯୋଗୁଁ ଖବରକାଗଜ କିମ୍ବା ୱେବ୍ ମିଡିଆ ଗୁଡିକର ବିଶ୍ବସନୀୟତାରେ ସଙ୍କଟ ଦେଖାଦେଇଛି l ତେଣୁ ସତ୍ୟ ଓ ତଥ୍ଯ ଉପରେ ପର୍ଯ୍ୟବେସିତ ଖବର ସବୁବେଳେ ସାମାଜ ପାଇଁ ଆବଶ୍ୟକ ବୋଲି ବକ୍ତା ମାନେ ମତ ଦେଇଥିଲେ l ଗଣମାଧ୍ୟମ ଆୟ ର ପନ୍ଥା ହେଲେ ଲୋକେ ପ୍ରକୃତ ନ୍ୟାୟ ପାଇପାରିବେ ନାହିଁ ବୋଲି ଅତିଥି ମାନେ ମତ ରଖିଥିଲେ l ଏହି ଅବସରରେ ଗାନ୍ଧୀ ବିଚାରଧାରା ଉପରେ ମଞ୍ଚାସୀନ ବକ୍ତା ମାନେ ନିଜର ଯୁକ୍ତି ରଖିଥିଲେ l ଆଲୋଚନାଚକ୍ରରେ କବି ମଧୁସୂଦନ ନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍ ମନୋରଞ୍ଜନ ସାହୁ ସଭାପତିତ୍ଵ କରିଥିଲେ l ସଭା ପ୍ରାରମ୍ଭରେ ପ୍ରେରଣା ର ସମ୍ପାଦକ ରଘୁନନ୍ଦନ ସିଂହ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଏହି ଅବସରରେ ସାମ୍ବାଦିକ ବଳରାମ ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ସମାଜସେବୀ ଧୃବ ଜୈନ, ବରଗଡ଼ର ଶିବାନନ୍ଦ ମଟାରୀ, ସନ୍ତୋଷ ପ୍ରଧାନ, ଆଦର୍ଶ ଶିକ୍ଷକ ପ୍ରେମାନନ୍ଦ ପଣ୍ଡା ପ୍ରମୁଖଙ୍କୁ ପ୍ରେରଣା ପକ୍ଷରୁମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ପରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଯିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ପ୍ରେରଣା ର ସାମ୍ବାଦିକ ଅରବିନ୍ଦ ମିଶ୍ର, ସଂଜୀବ ପାଣିଗ୍ରାହୀ, ଡ଼ୋଲେଶ୍ଵର ବାଗ ପ୍ରମୁଖଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ସଭାରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଓ ସଚେତନ ନାଗରିକ ଯୋଗ ଦେଇ ଥିଲେ l ଶେଷ ରେ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l