October 5, 2024

ଜମରତଳା ବିଦ୍ୟାଳୟ ରେଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବlହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ 

Share

 

ପଦ୍ମପୁର :- (ଜୟନ୍ତ କୁମାର ସେଠ) ବୁଧବାର ସ୍ଥାନୀୟ ଜମରତଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବlହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ ଖମାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅରାଯାଇଥିଲା l ଦୀପ ପ୍ରଜ୍ବଳନ ପରେ କୁମାରୀ ବୈଶାଖୀ ବରିହା, ପ୍ରାଚୀ ପଶାୟତ୍ତ, ଡ୍ୟାନlମିଷ୍ଟି ସାହୁ, ଗାର୍ଗୀ ସାହୁ, ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଶ୍ରୀ ଖମାରୀ ବାପୁଜୀ ଓ ଶାସ୍ତ୍ରୀଙ୍କ ସ୍ମୃତି ଚାରଣ କରୀ ତାଙ୍କର ଅନୁଗାମୀ ହେବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ l ସୋହାନି ସାହୁ,ହିତାକାଂକ୍ଷୀ ସାହୁ, ହସ୍ତିନା ସାହୁ ବକ୍ତୃତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବା ବେଳେ ସୁଜାତା ସାହୁ, ବୈଶାଖୀ, ଡ୍ୟାନା ମିଷ୍ଟି, ପ୍ରାଚୀ ଓ ଅଶୋକ ଦୀପ ସଂଗୀତରେ ପୁରସ୍କୃତ ହୋଇଥିଲେ l ତୃପ୍ତି ମୟୀ ସାହୁ, ହିତାକାଂକ୍ଷୀ ସାହୁ, ପ୍ରାଚୀ ଓ ଡ୍ୟାନା ମିଷ୍ଟି କୁଇଜ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ l ଉପେନ୍ଦ୍ର ସାହୁ, ହେମନ୍ତ ଚୂହାନ, ଘନଶ୍ୟାମ ସାହୁ, ସୁରେଶ ସାହୁ ସହକାରୀ ଶିକ୍ଷକଗଣ ସହଯୋଗ କରିଥିଲେ l ସହକାରୀ ଶିକ୍ଷକ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ l