October 5, 2024

ରୂପାନ୍ତରିତ ହେଲା ଭବାନୀପାଟଣା,ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର,ବିକାଶ ଓ ସୃଜନଶୀଳତାକୁ ଗୁରୁତ୍ୱ 

Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଷ୍ଟେଟ ବ୍ଯାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ଏବଂ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ, ଭବାନୀପାଟଣା ସହଯୋଗୀତା ରେ ଏବଂ ସାର୍କ୍, ସମ୍ବଲପୁର ଆନୁକୁଲ୍ୟରେ ଭବାନୀପାଟଣା ଅନ୍ତର୍ଗତ ଜୟପାଟଣା ବ୍ଲକର ଖଲିଆଭଟା ଅଙ୍ଗନବାଡି କେନ୍ଦ୍ର ଏବଂ କଲମପୁର ବ୍ଲକ ର ବିରିପୁର ଅଙ୍ଗନବାଡି କେନ୍ଦ୍ର ରୂପାନ୍ତରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଏସ୍. ବି. ଆଇ ଜୟପାଟଣା ର ମୁଖ୍ୟ ପ୍ରବନ୍ଧକ ପ୍ରଭାକର ଦାସ, ଆଇ.ସି. ଡି. ଏସ୍. ନିରୀକ୍ଷକ ଶ୍ରୀମତୀ ସୁଵାସିନୀ ମାଝୀ ଏବଂ ଖଲିଆଭଟା ସରପଞ୍ଚ ଶ୍ରୀମତୀ ପୁଝାରୀ ଯୋଗଦାନ କରି ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ସୃଜନ ଶୀଳତାର ଅଭିବୃଦ୍ଧି ବାବଦରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଡିଜିଟାଲ ଶିକ୍ଷା ବିଭିନ୍ନ ପ୍ରକାର ଖେଳ ଓ ଶିକ୍ଷଣ ସାମଗ୍ରୀ ଅଙ୍ଗନବାଡି କେନ୍ଦ୍ରକୁ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସାର୍କ୍ ଅନୁଷ୍ଠାନର ପ୍ରକଳ୍ପ ଅଧିକାରୀ ମାନସ କୁମାର ମହାନ୍ତି, ସନ୍ଦୀପ କୁମାର ଭୋଇ ଏବଂ ଅନ୍ୟ ସହକର୍ମୀ ମାନେ ସହଯୋଗ କରିଥିଲେ।

ସେହିପରି ଷ୍ଟେଟ ବ୍ଯାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ଏବଂ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ, ବଲାଙ୍ଗୀର ସହଯୋଗୀତା ରେ ବଲାଙ୍ଗୀର ସ୍ଥିତ ସକମା ୧ ଏବଂ ସକମା ୨ ଅଙ୍ଗନବାଡି କେନ୍ଦ୍ରକୁ ରୂପାନ୍ତରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଏସ୍ ବି ଆଇ ସମ୍ବଲପୁର ପ୍ରାଶାସନିକ କାର୍ଯ୍ୟାଳୟ ର ଡି.ଜି.ଏମ୍ ସଞ୍ଜୟ କୁମାର ଝା ମୁଖ୍ୟ ଅତିଥି,ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ବଲାଙ୍ଗୀରର ଆର୍.ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଶିଶୁ ଓ ମା ମାନଙ୍କୁ ଉଦବୋଧନ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବଲାଙ୍ଗୀର ଶ୍ରୀମତୀ ସୁଵାସିନୀ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ସୃଜନ ଶୀଳତା ର ଅଭିବୃଦ୍ଧି ବାବଦରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଡିଜିଟାଲ ଶିକ୍ଷା ବିଭିନ୍ନ ପ୍ରକାର ଖେଳ ଓ ଶିକ୍ଷଣ ସାମଗ୍ରୀ ଅଙ୍ଗନବାଡି କେନ୍ଦ୍ର କୁ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ କେନ୍ଦ୍ର ର ସୌନ୍ଦର୍ଯ୍ୟ କରଣ କରାଯାଇଅଛି।ସାର୍କ୍ ଅନୁଷ୍ଠାନର ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ, ପ୍ରକଳ୍ପ ଅଧିକାରୀ ମଧୁସୂଦନ ଚଇନି ଏବଂ ଅନ୍ୟ ସହକର୍ମୀ ମାନେ କାର୍ଯ୍ୟକ୍ରମରେ ଯୋଗଦାନ କରି ରୂପାନ୍ତରଣ ପ୍ରକ୍ରିୟା କୁ ସୁରୁଖୁରୁରେ ରେ ସମ୍ପାଦନ କରାଇଥିଲେ।

ଅନ୍ୟ ପକ୍ଷରେ ଏସଵିଆଇ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ କୋରାପୁଟ ଅନ୍ତର୍ଗତ ରାବନାଗୁଡା ଅଙ୍ଗନବାଡି କେନ୍ଦ୍ର ଏବଂ ମାଲକାନଗିରି ଅନ୍ତର୍ଗତ ନାଏକଗୁଡା ଅଙ୍ଗନବାଡି କେନ୍ଦ୍ରର ରୂପାନ୍ତରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ କରାଯିବା ସଙ୍ଗେ ସଙ୍ଗେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଟିଭି ମାଧ୍ୟମ ରେ ଡିଜିଟାଲ ଶିକ୍ଷା, ବିଭିନ୍ନ ପ୍ରକାର ଖେଳ ଏବଂ ଶିକ୍ଷଣ ଉପକରଣ ପ୍ରଦାନ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ଜୟପୁରର ସୁବାଷ ଚନ୍ଦ୍ର ବେହେରା, ଏସ୍. ବି. ଆଇ ମାନବ ସମ୍ବଳ ପ୍ରବନ୍ଧକ, ଶୁଭ୍ରାଂଶୁ ନନ୍ଦ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜୟପୁର ଶ୍ରୀମତୀ କାଞ୍ଚନ ପଣ୍ଡା ପ୍ରମୁଖ ଯୋଗ ଦାନ କରି ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶରେ ସୃଜନ ଶୀଳତାର ଆବଶ୍ୟକତା ଓ ଗୁରୁତ୍ୱ ଦିଗରେ ଆଲୋକପାତ କରିଥିଲେ ।ଏଥିରେ ସାର୍କ୍, ସମ୍ବଲପୁର ଅନୁଷ୍ଠାନର ପ୍ରକଳ୍ପ ଅଧିକାରୀ ମଧୁସୂଦନ ଚଇନିଙ୍କ ସହିତ ଅନ୍ୟ ସ୍ଵେଚ୍ଛାସେବୀମାନେ ଏହାର ସୁପରିଚାଳନା କରିଥିଲେ।