October 5, 2024

ଅଧାରେ ଅଟକିଛି ରାସ୍ତାକାମ; ଖାଲ ଢ଼ିପ ରାସ୍ତାରେ ଲୋକେ ହନ୍ତସନ୍ତ ; ଯନ୍ତ୍ରଣା ଭୋଗୁଛନ୍ତି ରୋଗୀ 

Share

 

 

ବେଲଗୁଣ୍ଠା, 03/10,ବେଲଗୁଣ୍ଠା ବାଙ୍କି ବଜାର ନୃସିଂହ ଗେଟ୍ ଠାରୁ ପେଭର ପକାଇବା ପାଇଁ ଗତ ଦୁଇମାସ ତଳେ 19 ଲକ୍ଷ 95 ହଜାର ଟଙ୍କା ଟେଣ୍ଡର୍ ହୋଇଥିଲା I ଦୁଇମାସ ପୂର୍ବେ ଠିକା ସଂସ୍ଥା ପକ୍ଷରୁ କାମ ଆରମ୍ଭ କରିଥିଲେ ଆଲୋକ ସାହାଣି I ଏହି ରାସ୍ତାଟି 170 ମିଟର ପାଇଁ ଟେଣ୍ଡର୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ନୃସିଂହ ଗେଟ୍ ଠାରୁ ମାତ୍ର ପ୍ରାୟ 30 ମିଟର କାମ ହେବାପରେ ରାସ୍ତା ପାର୍ଶ୍ୱରେ ପେଭର ଗଦା ହେବା ସହ ଦୁଇ ମାସ ହେବ ରାସ୍ତାକାମ ବନ୍ଦ ଅଛି I କାମ ବନ୍ଦ ହେବାର କାରଣ ସମ୍ପର୍କରେ କେହି କହି ପାରୁନଥିବା ବେଳେ ବର୍ତ୍ତମାନ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଯେଉଁଠି ପେଭର କାମ ସରିଛି ସେହି ସ୍ଥାନରେ ଖାଲ ଖମାର ପରିମାଣ ଏତେ ବେଶୀ ଯେ ସେ ରାସ୍ତାରେ ଲୋକେ ଯିବା ପାଇଁ ଭୟ କରୁଛନ୍ତି I କିନ୍ତୁ ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ବାଧ୍ୟ ହୋଇ ହଜାର ହଜାର ଲୋକ ଏବଂ ଯାନବାହନ ସେହି ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ଯିବାଆସିବା କରୁଛନ୍ତି I ରାସ୍ତା ଠାରୁ ଅଳ୍ପ କିଛି ଦୂରରେ ମହିଳା ମହାବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପଟେଲ୍ ସ୍କୁଲ୍,ଡାକ ଘର,ଷ୍ଟେଟବ୍ୟାଙ୍କ, ନୃସିଂହ ମନ୍ଦିର, ଟାଉନ ହଲ୍ ଭଳି ପ୍ରତିଷ୍ଠାନ ରହିଥିବା ବେକେ ପେଣ୍ଠ ସାହି ଏବଂ ବାଙ୍କି ବଜାରକୁ ଯିବା ପାଇଁ ଏହା ମୁଖ୍ୟ ରାସ୍ତା I ମୁଖ୍ୟତଃ ରୋଗୀଙ୍କୁ ନେଇ ମେଡିକାଲକୁ ଆସୁଥିବା ଆମ୍ବୁଲାନ୍ସ ଓ ଅଟୋ ଏହି 100 ମିଟର ରାସ୍ତା ଅତିକ୍ରମ କରିବାକୁ ନାକେଦାମ ହେବାକୁ ପଡୁଛି । ବର୍ତ୍ତମାନ ଠିକା ସଂସ୍ଥା ଏହି କାମ ବନ୍ଦ ରଖିଛି I ଏହି ରାସ୍ତା ନୃସିଂହ ଗେଟ୍ ଠାରୁ ପଟେଲ୍ ରୋଡ଼୍ ପର୍ଯ୍ୟନ୍ତ ଯିବାପାଇଁ ନିର୍ଦ୍ଧାରଣ ହୋଇଥିଲା I ଲୋକଙ୍କ ଯାତାୟତ ସୁରକ୍ଷାକୁ ଆଖି ଆଗରେ ରଖି ପ୍ରଶାସନ ଏହି କାମକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ