June 29, 2024

ମାନବ ସମ୍ବଳ ବିକାଶ କେନ୍ଦ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

Share

ମାନବ ସମ୍ବଳ ବିକାଶ କେନ୍ଦ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
(ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ)
ଶିକ୍ଷକ ବିକାଶ କାର୍ଯକ୍ରମ ପଦାର୍ଥ ବିଜ୍ଞାନ :ବର୍ତ୍ତମାନ ଓ ଭବିଷ୍ୟତର ଅବଧାରଣା।
ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ମାନବ ସମ୍ବଳ ବିକାଶ କେନ୍ଦ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ଏକ ସାପ୍ତାହିକ ଶିକ୍ଷକ ବିକାଶ କାର୍ଯକ୍ରମ ୩-୮ ଅକ୍ଟୋବର ୨୦୨୩ ମଧ୍ୟରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯକ୍ରମର ବିଷୟବସ୍ତୁ ରହିଛି ପଦାର୍ଥ ବିଜ୍ଞାନ : ବର୍ତ୍ତମାନ ଓ ଭବିଷ୍ୟତର ଅବଧାରଣା। ଉଦ୍-ଘାଟନୀ ଊତ୍ସବଟି କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଅଛି । ଉଦ୍ଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ପ୍ରଫେସର ଗୌରୀଶଙ୍କର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଛନ୍ତି । ମାନବ ସମ୍ବଳ ବିକାଶ କେନ୍ଦ୍ରର ସଂଯୁକ୍ତ ନିର୍ଦ୍ଧେଶକ ଡ. ବି ଅଞ୍ଜନ ପୃଷ୍ଟି ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରିଥିବା ବେଳେ ନିର୍ଦ୍ଧେଶକ ଡ.ଯୋଗେଶ୍ଵର ପାଣିଗ୍ରାହୀ କାର୍ଯକ୍ରମର ରୂପରେଖ ଓ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି। କାର୍ଯକ୍ରମର ସଞ୍ଚାଳକ ପ୍ରଫେସର ସୁକାନ୍ତ ତ୍ରିପାଠୀ ମଞ୍ଚାସୀନ ଅତିଥିଙ୍କ ପରିଚୟ ଦେବା ସହ କାର୍ଯକ୍ରମର ବିଷୟ ସମ୍ପର୍କରେ ଆଲୋକପାତ କରିଛନ୍ତି । କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ନିଜର ବକୃତା ରେ ସମସ୍ତଙ୍କୁ ଉଦବୋଧିତ କରିବାସହ ଏଭଳି କାର୍ଯକ୍ରମ ଆଗକୁ ମଧ୍ୟ ଜାରି ରଖିବେ ବୋଲି ମତପ୍ରକାଶ କରିଛନ୍ତି। ଏଭଳି କାର୍ଯକ୍ରମ ଉଭୟ ଶିକ୍ଷକ ତଥା ଯୁବ ଗବେଶକଙ୍କ ନିମନ୍ତେ ଉପାଦେୟ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶେଷରେ କାର୍ଯକ୍ରମର ସଂଯୋଜକ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରି କାର୍ଯକ୍ରମର ସମାବେଶନ କରିଥିଲେ।ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଶଶିଶେଖର ବେହେରା ଓ ଡ. କୁଶ କୁମାର ନାୟକଙ୍କ ସହଯୋଗରେ କାର୍ଯକ୍ରମର ଉଦ୍ଘାଟନୀ ଦିବସ ସଫଳ ଓ ସୂଚାରୁ ରୂପେ ପରିଚାଳିତ ହୋଇପାରିଛି ।