June 29, 2024

ଝିଞ୍ଜିରିବାଡ଼ିରେ କ୍ଲୋଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଝିଞ୍ଜିରିବାଡ଼ିରେ କ୍ଲୋଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ସ୍ଥିତ ଝିଞ୍ଜିରିବାଡ଼ି ପ୍ରାଥମିକ ସେବାଶ୍ରମ ଠାରେ ମଙ୍ଗଳବାର ଦିନ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୩ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ପେଣ୍ କାମ କ୍ଲୋଷ୍ଟର ର ଆଞ୍ଚଳିକ ସାଧନ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ, ପାରୀକ୍ଷିତି ୧ ଜାମି ନାଗାରାଜୁ, ଭାମିନି ଭୈରବ ରଥ, ଉକାମ୍ବା ତାଉଡୁ ମାଣ୍ଡାଙ୍ଗି, ଗୁଲୁମୁଣ୍ଡା ରମେଶ ମିଶ୍ର, ନିଲାମଗୁଡା ବେତାଳ ରମେଶ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ରେ ୧୧ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସୃଜନାତ୍ମକ ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ହସ୍ତାକ୍ଷର, ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର ସହକାରୀ ଶିକ୍ଷକ ପ୍ରତାପ ଚନ୍ଦ୍ର କାଡ୍ରାକା, ନାଇଡୁ ତିରୁମୁଲା ପରିଚାଳନା କରିଥିବା ବେଳେ ମହିଳା ସେବୀକା ଏବଂ ପାଚିକା ମାନେ ସହଯୋଗ କରିଥିଲେ ।

ରିପୋର୍ଟ ରାକେଶ କୁମାର ବେହେରା