June 29, 2024

ଆଡ଼ିବଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଆଡ଼ିବଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରାହ୍ମଣୀଗାଁ ତା: ୩/୧୦ କନ୍ଧମାଳ ଜିଲ୍ଲା କାଟି ଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡ଼ିବଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗାନ୍ଧିଜୀ ଓ ଶାସ୍ତ୍ରୀ ଜି ଜୟନ୍ତୀ ପାଳନ ଅବସରରେ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ନାୟକ ଙ୍କ ନେତୃତ୍ବ ରେ ବୃକ୍ଷ ଚାରା ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଗୋବିନ୍ଦ ପଡ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସି ଆର୍ ସିସି ପ୍ରେମାନନ୍ଦ ଦିଗାଲ, କାଟିଙ୍ଗି ଆ ବାନପାଳ ସରୋଜ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ, କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅତିଥି ମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା, ଗାନ୍ଧିଜୀ ଓ ଶାସ୍ତ୍ରିଜି ଙ୍କ ଫଟୋ ଚିତ୍ର ରଖି ଏଥିରେ ପୁଷ୍ପ ମାଲ୍ୟାର୍ପଣ କରି କରାଯାଇ ଥିଲା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ମାନେ ଗାନ୍ଧିଜୀ ଙ୍କ ଜୀବନୀ ସଂପର୍କରେ ପିଲାମାନଙ୍କୁ ଉଦବୋଧନ ଦେଇ ଥିଲେ, ପରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଙ୍କ ନେତୃତ୍ବ ରେ ବିଦ୍ୟାଳୟ ପରିସରକୁ ସଫା ସୁତୁରା କରିବା ସହ ବିଭିନ୍ନ କିସମର ବୃକ୍ଷ ଚାରା ଯଥା କୃଷ୍ଣ ଚଚୁଡ଼ା, କୁସୁମ ବଉଳ, କଦଳୀ ଆଦି ଚାରା ରୋପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)