April 27, 2026

ଶିକ୍ଷକ ଅଭାବକୁ ନେଇ କାଶୀନଗର ବ୍ଲକର ଏକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ 

IMG-20250903-WA0010
Share

 

ପାରଳାଖେମୁଣ୍ଡି:୩/୯(ଗରୁଡ ଧ୍ୱଜ ଚୌଧୁ ରୀ) ସ୍କୁଲରେ ଶିକ୍ଷକ ଅଭାବକୁ ପୂରଣ କରିବା ନେଇ ବାରମ୍ବାର ଗଜପତି ପ୍ରଶାସନକୁ ନିବେଦନ କରିବା ପରେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଥିବା ଜଣା ପଡିଛି. ଏହି ଘଟଣା ନେଇ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ଅଲଡ଼ା ପଞ୍ଚାୟତ ଅନ୍ତର୍ଗତଡିଡିଙ୍ଗଗୁଡ଼ା ଗ୍ରାମରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଦର୍ଶାଇ ଗତକାଲି ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଫଳରେ, ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ଦୃଷ୍ଟିକୁ ଆସିଛି।ଡିଡିଙ୍ଗଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ବାଲ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଛନ୍ତି। ପୂର୍ବରୁ ପାଞ୍ଚ ଜଣ ଶିକ୍ଷକ ବିଦ୍ୟାଳୟରେ ପଢ଼ାଉଥିଲେ। କିଛି ମାସ ହେଲା ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ପଠାଇ ଦେବାରୁ ପାଠପଢ଼ାରେ ବହୁ ବ୍ୟାଘାତ ସୃଷ୍ଟି ହେଉଥିଲା. ଏ ନେଇ ଗ୍ରାମବାସୀ ପ୍ରଶାସନକୁ ପ୍ରତିକାର କରିବା ପାଇଁ ନିବେଦନ କରି ଏକ ଦାବିପତ୍ର ଡିଇଓଙ୍କୁ ପ୍ରଦାନ କରିଥିଲେ। କିନ୍ତୁ, କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତକାଲି ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟରେ ଅଭିଭାବକ ଓ ଗ୍ରାମବାସୀମାନେ ମିଳିତ ଭାବେ ତାଲା ପକାଇ ଦେଇଥିଲେ।