June 12, 2026

ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20250903-WA0008
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତକାଲି ଦଶମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ, ଥୁ. ରାମପୁର, ମ. ରାମପୁର, ଜୟପାଟଣା, ମହୁଲପାଟଣା, କର୍ଲାପାଟ ଆଦି ଗଡ଼ଜାତ ଅଞ୍ଚଳ ଗୁଡିକର ଜନସାଧାରଣ କୃଷି ଭିତ୍ତିକ ତଥା ପ୍ରକୃତିକୁ ସମର୍ପିତ ନୁଆଁଖାଇ ପର୍ବ ପାଳନ ପୂର୍ବକ ନବାନ୍ନ ଭକ୍ଷଣ କରିଥିବାବେଳ, ଏହି ଅବସରରେ ଭବାନୀପାଟଣାସ୍ଥିତ ରାମ ନଗର ପଡା ଠାରେ ପ୍ରଥମ ଥର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାମନଗର ପଡ଼ାର ସମସ୍ତ ଜନସାଧାରଣ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସମସ୍ତ ପଡାବାସୀଙ୍କ ସହଯୋଗରେ ଛୋଟ ଛୋଟ ପିଲାଙ୍କୁ ନେଇ ବକ୍ତୃତା, ଚିତ୍ରକଳା, ନୃତ୍ୟ, ସଂଗୀତ ଆଦିର ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତଯୋଗିତା ଗୁଡିକରେ ଶତାଧିକ ପ୍ରତିଯୋଗୀ ଭାଗ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା।

You may have missed