September 21, 2024

କୋରାପୁଟ ସାଂସଦ ପୂର୍ବତଟ ରେଳପଥ ଜୀଏମ ଙ୍କୁ ଭେଟି ରାୟଗଡା ରେଳପଥ ର ବିକାଶ ପାଇଁ ଆଲୋଚନା 

Share

ରାୟଗଡା : କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ଜୀଏମ ପରମେଶ୍ୱର ଫୁଙ୍କୱାଲ ଙ୍କୁ ଭେଟି କୋରାପୁଟ ସଂସଦୀୟ କ୍ଷେତ୍ରରେ ରେଳପଥ ର ବିକାଶ ନିମନ୍ତେ ଆଲୋଚନା କରିଥିବାର ଜଣାପଡିଛି l ରାୟଗଡା ଠାରେ ପ୍ରସ୍ତାବିତ ଡିଭିଜନ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଡିଆରଏମ ନିଯୁକ୍ତି କରି କାର୍ଯ୍ୟ ର ତଦାରଖ କରିବା ସହିତ ଗୁଣୁପୁର ଥେରୁବାଲି ରେଳପଥ କୁ ପଦ୍ମପୁର ଦେଇ ଯିବା ନିମନ୍ତେ ଗୁଣୁପୁର ନୌପଡା ରେଳ୍ପଷ୍ଠ କୁ ଡବଲ ଲାଇନ କରିବା ପାଇଁ ଦାବି ରଖିଥିଲେ l ରାୟଗଡା ଠାରୁ କୋରାପୁଟ ଟ୍ରେନ ଯାତ୍ରା ବର୍ତମାନ 4 ଘଣ୍ଟା ଲାଗୁଛି ସେଥିପାଇଁ ଟ୍ରେନ ର ଗତି ବଢାଇବା ସହିତ କୋରାପୁଟ ଓ ରାୟଗଡା ଦେଇ ଜଗଦଳପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦିନ ସମୟରେ ଏକ ଟ୍ରେନ ନୂତନ ଭାବେ ଚଳାଚଳ କରିବା ସହିତ ମୁନିଗୁଡା, ଆମ୍ବଦଳା, ଗୁଣୁପୁର., କୋରାପୁଟ ଓ ଜେୟପୁର ରେଳଷ୍ଟେସନ ର ଉନ୍ନତିକରଣ କରିବା ଦିଗରେ ଧ୍ୟାନ ଦେବା କୁ ଆଲୋଚନା କରିଥିଲେ l କୋଭିଡ ପୂର୍ବରୁ ଯେଉଁ ସ୍ଥାନ ମାନଙ୍କ ତେ ଟ୍ରେନ ରହୁଥିଲା ସେହି ସ୍ଥାନ ମାନଙ୍କ ରର ପୁଣି ଟ୍ରେନ ରହଣି କରିବା ସହିତ ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଟିକେଟ ରେ ରିହାତି ଲାଗୁ କରିବା ପାଇଁ ଆଲୋଚନା କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ