August 25, 2026

ସ୍ବେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ଙ୍କ ପରଲୋକ

IMG-20230903-WA0004
Share

ସ୍ବେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ଙ୍କ ପରଲୋକ
—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହରର ସ୍ବେଛାସେବୀ ଅନୁଷ୍ଠାନ ସକ୍ଷମ ର ସଭାପତି ତଥା ଗ୍ରାସୀମ କମ୍ପାନୀ ର ସିନିଅର ଟେକ୍ନିକାଲ ଆସୋସିଏଟ ବସନ୍ତ କୁମାର ସାହୁ ଙ୍କ ପରଲୋକ ଘଟିଛି l ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କର ବ୍ରେନ ଷ୍ଟ୍ରୋକ ରେ ଅକାଳ ବିୟୋଗ ଘଟିଛି l ସେଜଣେ ପରୋପକାରୀ, ମିଷ୍ଟଭାଷି, ମେଳାପି ପ୍ରକୃତିର ବ୍ୟକ୍ତିତ୍ୱ ଥିଲେ l ତାଙ୍କର ଅମର ଆତ୍ମର ସଦଗତି କାମନା ପାଇଁ ଘରୋଇ ଶିକ୍ଷାନୁଷ୍ଟାନ ଏସ ଏମ ଟିୟୁଟାରିୟଲ ରେ ଅନୁଷ୍ଠାନର ପରିଚାଳନା ମୁଖ୍ୟ ଶବର କୁମାର ତାରାଇ, ଇଂ ଗଜେନ୍ଦ୍ର ତରାଇ, ବିରେନ ପ୍ରଧାନ, ପ୍ରମୁଖ ଉପସ୍ଥିତ ରେ
ରେ ୨ମିନଟ ନିରବ ପ୍ରଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l
ପୂର୍ବତନ ସରପଞ୍ଚ ଶ୍ୟାମା ରେଡି, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ପୂର୍ବତନ କାଉନସିଲର ଡି. କେ ରାଓ, ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହି, ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଗଞ୍ଜାମ ପ୍ରେସ କ୍ଳବ ସମ୍ପାଦକ ବିଦ୍ୟାଧର ସାହୁ, ପୂର୍ବତନ ବିଜେପି ନଗର ସଭାପତି କାନ୍ତାରୀ ଦଳେଇ,ବିଜେଡି ଯୁବ ସଭାପତି ସୁଧୀର ପାଢ଼ୀ,ବିଜେଡି ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼, ଏଚ ଆର ହେଡ଼ ନିରଜ ପଟନାୟକ, ହରିହର ବିଶ୍ୱାଳ ସୁଦାମ ଜେନା, ପର ମହାଙ୍କୁଡ଼, ଜ୍ଞାନ ରଞ୍ଜନ ସାହୁ, ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା ପ୍ରମୁଖ ଙ୍କ ସହ ଆତ୍ମିୟ ସ୍ୱଜନ ଓ ପ୍ରିୟପରିଜନ ମାନେ ଋଷିକୁଲ୍ୟା ମୁହାଁଣ ନିକଟସ୍ଥ ସ୍ମଶାନ ଘାଟରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ l

You may have missed