September 29, 2024

ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ଦିବସୀୟ ତାଲିମ୍ ଶିବିର ଉଦଯାପିତ*

Share

*ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ଦିବସୀୟ ତାଲିମ୍ ଶିବିର ଉଦଯାପିତ*

ପାରଳାଖେମୁଣ୍ଡି,ତା. ୦୩.୦୯.୨୦୨୩

ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି । ବ୍ଲକ୍ କଳା ସାଂସ୍କୃତିକ ସଂଘର ସମସ୍ତ ଉପ ସଭାପତି, ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏବଂ କଳାକାର ଗୁରୁ ମାନଙ୍କୁ ନେଇ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ତାଲିମ୍ ଶିବିରରେ
ଜିଲ୍ଲାରେ ଥିବା ୫୭ ଟି ସାଂସ୍କୃତିକ ଦଳ ଜିଲ୍ଲାର ୧୪୯ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପରିବେଷଣ କରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାର ମଙ୍ଗରାଜ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନାରେ ଅନୁଷ୍ଠିତ ଏହି ତାଲିମ୍ ଶିବିରର ଆଭିମୁଖ୍ୟ ଓ ଅଧିକରୁ ଅଧିକ କଳାକାର ଏହି ଯୋଜନାରେ କିଭଳି ବ୍ଲକ୍ ସ୍ତରରୁ ସାମିଲ୍ ହୋଇ ପାରିବେ ସେଥି ନିମନ୍ତେ ପ୍ରୟାସ କରିବା ପାଇଁ ବିଏସଏସଓ ଓ କଳାକାର ଉପ ସଭାପତି ମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ତଥା କଳାକାର ଓ ଉପସଭାପତି, ପ୍ରମୁଖ କଳା ପ୍ରଦର୍ଶନ ମାଧ୍ୟମରେ କିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ତାହା ଅବଗତ କରାଇଥିଲେ ।
କଳା ସାଂସ୍କୃତିକ ସଂଘ ଉପସଭାପତି ପ୍ରମୁଖ ମଞ୍ଚାସୀନ ରହି କଳାକାର ମାନଙ୍କୁ କଳା ପ୍ରଦର୍ଶନ ମାଧ୍ୟମରେ ସରକାରଙ୍କ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେହି ଦିଗରେ ଦିଗଦର୍ଶନ ଦେଇଥିଲେ । ମିଶନ୍ ଶକ୍ତି, ମମତା ଯୋଜନା, ମୋ ସ୍କୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, ଆମ ଓଡିଶା ନବୀନ ଓଡିଶା, ୫-ଟି ହାଇସ୍କୁଲ ରୂପାନ୍ତରୀ କରଣ, ମଧୁବାବୁ ପେନସନ୍ ଯୋଜନା, କ୍ରୀଡା ଉପରେ ସଚେତନତା ବାର୍ତ୍ତା ସମ୍ପର୍କରେ କଳାକାର ମାନଙ୍କୁ ଦିଗଦର୍ଶନ ଦିଆଯାଇଥିଲା ।
ଏହି ଶିବିରରେ ବିକେଏସଏସ ର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ବ୍ଲକ୍ ସ୍ତରରେ ତାଲିମ୍ ପ୍ରଦାନ କରିବେ । ଜିଲ୍ଲାରେ ଆସନ୍ତା ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ତାଲିମ୍ ପ୍ରାପ୍ତ କଳାକାରମାନେ ଗ୍ରାମ ମାନଙ୍କରେ ଲୋକକଳା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କରିବେ।