June 26, 2024

କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କଲେ ୪୦ପରିବାର

Share

କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କଲେ ୪୦ପରିବାର

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଭାମିନି ଗ୍ରାମ ପଞ୍ଚାୟତ ଅଧିନ ଅନ୍ତଝୋଲି ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ଓ ସିପିଆଇଏମ ଦଳ ପରିତ୍ୟାଗ କରି ୪୦ପରିବାର୫୪ଜଣ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି। ତେବେ କଂଗ୍ରେସ ଓ ସିପିଏମ ଦଳ ‌ପରିତ୍ୟାଗ କରି ଆଜି ‌ ଯୁବ ସଭାପତି ଶ୍ରୀ ଜିତୁ ନାଗ , ସିମାଞ୍ଚଳ ନାଗ ,ରବି ନାଗ , କାଳିଆ ନାଗ, ଜାଗିଲି, ଇନ୍ଦ୍ର,‌ , ସତ୍ୟ , ପାଳକ ସିଂ , ମହିଳା ସଭାନେତ୍ରୀ ଯମୁନା ନାଗ , ସଞ୍ଜୁ , ଏହି ପରି ଶତାଧିକ ମହିଳା, ଯୁବକ ଓ ଗ୍ରାମର ସଭାପତି ସହିତ ସମ୍ପୂର୍ଣ୍ଣ ଯୋଗଦାନ କରିଛନ୍ତି। ରାମନାଗୁଡା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ମିଶ୍ରଣ ପର୍ବରେ ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳରସାଧାରଣ ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ, ଜିଲ୍ଲା ଯୁବ ସାଧାରଣ ସଂପାଦକ କମଳ ଲୋଚନ ମୁଟିକା,ବ୍ଲକ ଯୁବ ସଭାପତି ସଂଜୟ କୁମାର ପ୍ରଧାନ, ବରିଷ୍ଠ ନେତା ପଙ୍କଜ ପଣ୍ଡା, ଜିଲ୍ଲା ଯୁବ ସଂପାଦକ ଆଶ୍ୱିନ ରାଉଳ, ସେଚ୍ଛାସେବୀ ଆନନ୍ଦ ପରିଛା, ବ୍ଲକ ଯୁବ ଉପସଭାପତି ଦଶରଥ ଲିମା, ପି. ତାରକା, ପୁର୍ବତନ ସରପଞ୍ଚ ଅବତାର ମାଣ୍ଡାଙ୍ଗି, ଭାମିନି ସରପଞ୍ଚ ରତୁପୁର୍ଣା ଗମାଙ୍ଗ , ସଞ୍ଜୟ ଗମାଙ୍ଗ ସହ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ ରାକେଶ କୁମାର ବେହେରା