ଏମିତି ସିନା ଆମ ସାଂସଦ-ବିଧାୟକ…
ବନ୍ୟା ପ୍ରଭାବିତଙ୍କୁ ପଲିଥିନ ଦେଲେ ବାଲେଶ୍ବର ସାଂସଦ ଏବଂ ରେମୁଣା ବିଧାୟକ
ରେମୁଣା ( ଦେବାଶିଷ ଦାଶ )
ରେମୁଣା ବ୍ଲକ ହରିପୁର ପଞ୍ଚାୟତ ଅନ୍ତର୍ଗତ କସମିଳା ଗାଁରେ ବନ୍ୟା ପ୍ରଭାବିତଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ପଲିଥିନ୍ ବାଣ୍ଟିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ । ଏହି ଅବସରରେ ପ୍ରଭାବିତ ଅଞ୍ଚଳର ସ୍ଥିତିର ସମୀକ୍ଷା କରାଯିବା ସହ ସରକାରଙ୍କ ପକ୍ଷରୁ ଘୋଷିତ ସମସ୍ତ ସହାୟତା ପ୍ରତ୍ୟେକ ଯୋଗ୍ୟ ପରିବାରଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚୁଛି କି ନାହିଁ, ସେ ନେଇ ତଦାରଖ କରିଥିଲେ । କୌଣସି ବନ୍ୟା ପ୍ରଭାବିତ ପରିବାର ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେମାନେ ନିର୍ଦ୍ଦେଶ ଦେଇଥିଲେ ।
