August 3, 2026

ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

IMG-20260803-WA0047
Share

 

 

ପାରଳାଖେମୁଣ୍ଡି:୩/୮(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ଯୋଗଦେଇଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ବ୍ଲକ ଫାଇନାନ୍ସ ଅଫିସର ଗଜେନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବ୍ଲକର ସମସ୍ତ କର୍ମଚାରୀଙ୍କ ସମତେ ଜନପ୍ରତିନିଧି, ପିଇଓ ମାନେ ଉପସ୍ଥିତଥିଲେ । ଶ୍ରୀ ପାତ୍ର ବିଗତ ଦୁଇ ବର୍ଷ ଧରି ଗୋଷାଣି ବ୍ଲକର ଉନ୍ନତିକରଣ ପାଇଁ ବହୁ କାର୍ଯ୍ୟ ନିଷ୍ଠାର ସହ ତୁଲାଇଛନ୍ତି ଏବଂ ତାଙ୍କର ଉପଦେଶ ଯୋଗୁଁ ସମସ୍ୟା ଉପୁଜୁଥିବା କାର୍ଯ୍ୟ ଗୁଡିକ ସୁରୁଖୁରୁରେ ସମ୍ପାଦିତ ହୋଇପାରୁଥିଲା ଏବଂ ସରକାରୀ ଯୋଜନା ଗୁଡିକ କିଭଳି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେନେଇ କାର୍ଯ୍ୟ କରିଥିଲେ ବୋଲି କୁହାଯାଇଥିଲା । ଏଥି ଯୋଗୁଁ ସେ ବହୁ ସୁନାମ ଅର୍ଜନ କରିଥିଲେ ବୋଲି ଆଲୋଚନା ହୋଇଥିଲା । ଶ୍ରୀ ପାତ୍ରଙ୍କୁ ଏହି ଅବସରରେ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ଭବ୍ୟ ବିଦାୟ ଦିଆଯାଇଥିଲା