April 27, 2026

ଗୋପ ଅଞ୍ଚଳର ନାଁ ରଖିଛନ୍ତି ଦିବ୍ୟାଙ୍ଗ କ୍ରିକେଟର ସୌମ୍ୟରଞ୍ଜନ

IMG-20250803-WA0042
Share

 

ଗୋପ :- ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ତ ବିରୁତୁଙ୍ଗ ପଞ୍ଚାୟତ ର ଗଡ଼କରମାଳା ଗ୍ରାମ ରାମନାଥ ରାଉତ ଓ ରୀନାରାଣୀ ରାଉତ ଙ୍କ ପୁତ୍ର ସୌମ୍ୟରଞ୍ଜନ ରାଉତ ଗୋପ ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଛି l ଭାଇ ଓ ଭଉଣୀ ଉଭୟ ବିକଳାଙ୍ଗ କ୍ରୀଡ଼ାବିତ ଅଟନ୍ତି l ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବାରୁ ଆଗକୁ ବଡ଼ିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି l ଯଦି ସୌମ୍ୟରଞ୍ଜନଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ କୌଣସି କ୍ଷେତ୍ରରେ ସାହାଯ୍ୟ କୀ ସହାନୁଭୂତି ପ୍ରଦର୍ଶନ କରନ୍ତି ତେବେ ଆଗକୁ ବଡିପାରନ୍ତା l ଓଡ଼ିଶା ଦିବ୍ୟାଙ୍ଗ ହୁଇଲ ଚେୟାର କ୍ରିକେଟ ଟିମ୍‌ର ସଦସ୍ୟ ଭାବେ କ୍ୟୁଟର ଫାଇନାଲ ରେ 55 ରନ ସଂଗ୍ରହ କରୁଥିଲେ l ମଧ୍ୟପ୍ରଦେଶର ଗ୍ବାଲିୟର ଠାରେ ଗତ ମାସ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଟି-୧୦ ନ୍ୟାଶନାଲ ଚାମ୍ପିୟନଶିପ୍ – ୨୦୨୫ କ୍ରିକେଟ ଟୁର୍ନା ଟୁର୍ନାମେଣ୍ଟରେ ସୋମ୍ୟରଞ୍ଜନ ୫ଟି ମ୍ୟାଚ

ଟି-୧୦ ନ୍ୟାଶନାଲ ଚାମ୍ପିୟନଶିପ୍-୨୦୨୫

ଖେଳି ଭଲ ପ୍ରଦର୍ଶନ କରିବା ସହିତ ଓଡ଼ିଶା ଟିମ୍‌କୁ କ୍ୱାର୍ଟରଫାଇନାଲରେ ପହଞ୍ଚାଇ ପାରିଥିଲେ ବୋଲି କହିଛନ୍ତି। ପୂର୍ବରୁ ଅନେକ ଅନେକ ଥର ପୁରୀ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି l ଆଉ ଅଲରାଉଣ୍ଡର ଭାବେ ବେସ ପରିଚିତ l କ୍ୱାର୍ଟର ଫାଇନାଲରେ 55 ରନ୍ ଦ୍ଵାରା ଦଳକୁ ଭଲ ସ୍ଥିତି କୁ ନେଇଥିଲେ । ଓଡ଼ିଶା ଦଳର ଅଧିନାୟକ ଅଭୟ ଜେନାଙ୍କ ନେତୃତ୍ୱରେ ଖେଳୁଥୁବା ଓଡ଼ିଶା ଟିମ୍ କ୍ୱାର୍ଟର ଫାଇନାଲରେ ଚଣ୍ଡିଗଡ଼ ଠାରୁ ପରାସ୍ତ ହୋଇଥିଲା। ଯଦି ରାଜ୍ୟ ସରକାର କିମ୍ବା ଭାରତ ସରକାର ଦିବ୍ଯାଙ୍ଗ ଖେଳାଳିମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ତେବେ ଆଗକୁ ନିଶ୍ଚୟ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଦିବ୍ୟାଙ୍ଗ ଖେଳାଳି ସୌମ୍ୟରଞ୍ଜନ ପ୍ରକାଶ କରିଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ