March 11, 2026

ଜ୍ଯୋତିର୍ବିଦ୍ ଘନଶ୍ୟାମ ମିଶ୍ରଙ୍କ ସ୍ବରଚିତ ପୁସ୍ତକ ” ଜ୍ଯୋତିଷ ଶିକ୍ଷା” ଉନ୍ମୋଚିତ 

IMG-20250803-WA0033
Share

 

ବୁଗୁଡା : ତା ୦୩/୦୮/୨୫ : ଜ୍ଯୋତିର୍ବିଦ ଶ୍ରୀ ଓ ଜ୍ଯୋତିଷ ସୁଧାକର ଉପାଧିରେ ବିଭୂଷିତ ଅଞ୍ଚଳର ସୁନାମଧନ୍ୟ ଜ୍ଯୋତିଷ ଘନଶ୍ୟାମ ମିଶ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ “ଜ୍ଯୋତିଷ ଶିକ୍ଷା”ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରେମଚାନ୍ଦ ନଗରସ୍ଥିତ ଘନଶ୍ୟାମ ମିଶ୍ରଙ୍କ ସ୍ବବାସଭବନ ପରିସରରେ ପ୍ରକୃତି ବନ୍ଧୁ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଦାଶ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ତଥା କବି ଅନନ୍ତ କର, ସମ୍ମାନିତ ଅତିଥି ଭାବେ ବୁଗୁଡା ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକ, ବିଭୁତି ଭୂଷଣ ତ୍ରିପାଠୀ , କମ୍ବୁପାଣି ଦାଶ, ଗୋକୁଳ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ମିଶ୍ରଙ୍କ ସ୍ବରଚିତ ପୁସ୍ତକ “ଜ୍ଯୋତିଷ ଶିକ୍ଷା”ର ଉନ୍ମୋଚନ ସାଙ୍ଗକୁ ଏହାର ଉପାଦେୟତା ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ ସ୍ବଶରୀରକୁ ସମ୍ପୂର୍ଣ୍ଣ ଅଙ୍ଗଦାନ ଚୁକ୍ତିରେ ଆବଦ୍ଧ ହୋଇଥିବା ୭୯ ବର୍ଷ ବୟସ୍କ ଘନଶ୍ୟାମ ମିଶ୍ରଙ୍କ ଦ୍ଵାରା ପୂର୍ବରୁ ଲିଖିତ ଅନ୍ଯ ୫ଟି ପୁସ୍ତକ ଧର୍ମ ଭକ୍ତିର ଅମୃତ ଧାରା , ଜଗଦୀଶ ଚଉତିଶା , କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , ସିମ୍ପଲ୍ ଏଣ୍ଡ୍ ଇଜି ଇଂଲିଶ୍ ଗ୍ରାମାର , ସଂକ୍ଷିପ୍ତ ରାମାୟଣ ଆଦି ସମ୍ପର୍କରେ ମଧ୍ୟ ବ୍ଯାପକ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆଶୁତୋଷ ମିଶ୍ର , ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଓ ସୁରଜିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।