April 30, 2026

ଉପଜିଲ୍ଲାପାଳଙ୍କ ଆଶ୍ରମ ବିଦ୍ୟାଳୟ ଅଚାନକ ପରିଦର୍ଶନ 

IMG-20240803-WA0000
Share

 

ରାୟଗଡ:ଆଜି ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସିକା ଆଇଟିଡିଏ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ ଦୁଇଜଣ ସହକାରୀ ମଙ୍ଗଳ ଅଧିକାରୀ ଯଥା ପ୍ରଶାନ୍ତ କୁମାର ବାଉରୀ ଏବଂ ଧୀରେନ୍ଦ୍ର ସାହୁଙ୍କ ସହିତ ଅଚାନକ ଭାବରେ ମଙ୍ଗଳ ବିଭାଗ ଅଧୀନରେ ଚାଲୁଥିବା ପିତାମହଲ, ବଡ଼ରାଇସିଂ, ଅତଡ଼ା ଏବଂ କେରଡା ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ବେଳେ ଅତଡ଼ା ଆଶ୍ରମ ବିଦ୍ୟାଳୟରେ ସାନ୍ଧ୍ୟ ପ୍ରାର୍ଥନା ସମୟରେ କିଛି ଛାତ୍ର ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା l ଆଗକୁ ଏମିତି ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ l ପରିଦର୍ଶନ ବେଳେ ବିଦ୍ୟାଳୟର ଶୃଙ୍ଖଳା, ଶିକ୍ଷl, ପରିମଳ ବ୍ୟବସ୍ଥା, ଖାଦ୍ୟ ମlନ ଆଦି ପରଖିଥିଲେ l କେରଡ଼ା ଓ ବଡ଼ ରାଇସିଂରେ ପରିଷ୍କାର ପରିଚ୍ଛନ୍ନତା ସନ୍ତୋଷଜନକ ନଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତିନି ଦିନ ମଧ୍ୟରେ ଛବି ବଦଳାଇବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଉପଜିଲ୍ଲାପାଳ ଶ୍ରୀମତି ଦେବୀ କୋଟଲାଗୁଡା ଅନ୍ଵେଷା ହଷ୍ଟେଲର ଛାତ୍ରୀ ମାନଙ୍କ ସହିତ ରାତ୍ର ଭୋଜନ କରି ଖାଦ୍ୟର ଗୁଣବତ୍ତା ପରଖିଥିଲେ

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ