November 24, 2024

ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

Share

ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ
ବୁଗୁଡ଼ା : ତା ୦୩/୦୭/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପବିତ୍ର ଆଷାଢ଼ ପୂର୍ଣ୍ଣିମୀ ତିଥିରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ଉତ୍ତମ ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀ ଓ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ । ଗୁରୁଜୀ ରବିନ୍ଦ୍ର କୁମାର ଦାଶ ଗୈରିକ ଧ୍ବଜା ପ୍ରଣାମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଗୁରୁମା ସସ୍ମିତା ରାଉତ ରାଷ୍ଟ୍ର ବନ୍ଦନା ଗାନ କରିଥିଲେ । ଏ ଅବସରରେ ଅନ୍ୟ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ସ୍ବ ସ୍ବ ବକ୍ତବ୍ୟରେ ବେଦାନ୍ତ ଦର୍ଶନ ଓ ଅଦ୍ବୈତବାଦର ସଂସ୍ଥାପକ ମହର୍ଷି ବ୍ଯାସଦେବଙ୍କ ଜନ୍ମ ବୃତ୍ତାନ୍ତ ସାଙ୍ଗକୁ ଭାରତୀୟ ଗୁରୁ ଓ ଶିଷ୍ଯ ପରମ୍ପରାର ଶିକ୍ଷଣୀୟ ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ । ପରିଶେଷରେ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ଥାନୀୟ ଶିବାନନ୍ଦ ଆଶ୍ରମରେ ଏବଂ କରଚୁଲି ଗ୍ରାମସ୍ଥ ସରସ୍ବତୀ ଶିଶୁ ମନ୍ଦିରରେ ପ୍ରଧାନାଚାର୍ଯ୍ଯ ସୁକାନ୍ତ ପ୍ରଧାନଙ୍କ ପୌରହିତ୍ଯରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।