March 13, 2026

ପୂର୍ବତନ ନାଏବ ସରପଞ୍ଚ ଙ୍କ ମାତୃବିୟୋଗ।

IMG-20230703-WA0044
Share

ପୂର୍ବତନ ନାଏବ ସରପଞ୍ଚ ଙ୍କ ମାତୃବିୟୋଗ।

ବୋଲଗଡ଼,୦୩/୦୬(ଉପାନ୍ତ ଓଡିଶା): ବୋଲଗଡ ବ୍ଳକ ଅନ୍ତର୍ଗତ ବଡକୁମାରୀ ଗ୍ରାମ ପଞ୍ଚାୟତର ପାନନଗର ଗ୍ରାମର ବିଜୟ ତାରେଣିଆ ଙ୍କ ବୋଉ ଜାନକୀ ତାରେଣିଆ ୬୪ ବର୍ଷ ବୟସରେ କ୍ୟାନସର ଜନିତ ରୋଗରେ ପୀଡ଼ିତ ଥିଲେ। ଶ୍ରୀମତୀ ତାରେଣିଆ ଙ୍କର ୨ତାରିଖ ଦିନ ୪ଟାରେ ନିଜ ବାସଭବନ ରେ ନିଧନ ଘଟିଥିଲା।ତାରେଣିଆଙ୍କର ସ୍ୱାମୀ ବଂଶୀଧର ତାରେଣିଆ ଜଣେ ପ୍ରତିଷ୍ଠିତ ଓ ପରିଚିତ ଲୋକ ଅଟନ୍ତି। ଶ୍ରୀମତୀ ତାରେଣିଆ ଜଣେ ଅତି ନିଷ୍ଠାପର ଏକ ଧାରା ରେ ମିଷ୍ଟଭାଷୀ,ନିଷ୍କପଟ,ଦୟାଳୁ,ଧର୍ମପରାୟଣା,ମେଳାପି ଓ ପର ଉପକାରି ଥିଲେ। ସେଷ ନିଶ୍ୱାସ ତ୍ୟାଗ ସମୟରେ ତାଙ୍କ ପୁଅ ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣୀ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ସମଗ୍ର ପାନନଗର ଗ୍ରାମ ଓ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, କୋପାରେଟିଭ ବ୍ୟାଙ୍କ ର ଡାଇରେକ୍ଟର ଓ ଗ୍ରାମବାସୀ ମହଲରେ ଶୋକର ଛାୟା ଖେଳିଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)