June 3, 2026

ଛତ୍ରପୁର ରେ ମା ରାମାୟlଣମ୍ମl ଠାକୁରଣୀ ଯାତ୍ରା ଯୁବ ସମାଜସେବୀ ସୁଧୀର ପଟ୍ଟନାୟକ ଙ୍କ ସ୍ୱତନ୍ତ୍ର ପୂଜା

IMG-20260603-WA0025
Share

ଛତ୍ରପୁର ତା ୩/୬/୨୭(ଅରୁଣ କୁମାର ପଣ୍ଡା ) ଛତ୍ରପୁର ସହରର ଆରାଧ୍ୟ ଦେବୀ ମା ରାମାୟlଣମ୍ମl ଠାକୁରାଣୀ ଯାତ୍ରା ବହୁ ଧୁମଧାମରେ ଚାଲିଛି l ଏଥିପାଇଁ ସହରରେ ଜନସମାଗମ ବଢ଼ିବାରେ ଲାଗିଛି l ଆଜି ଛତ୍ରପୁର ସମାଜସେବୀ ସ୍ବର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପୁତ୍ର ସୁଧୀର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଯାତ୍ରା ଅନୁଷ୍ଠିତ ହୋଇଥିଲା l ସୁଧୀର ଓ ତାଙ୍କ ପତ୍ନୀ ସମାପ୍ତି ମା’ଙ୍କ ପୀଠଙ୍କୁ ଯାଇ ରୀତିନୀତି ଅନୁଯାୟୀ ମାଙ୍କୁ ପୂଜା କରି ନିମନ୍ତ୍ରଣ କରିଥିଲେ l ସନ୍ଧ୍ୟା ଆଳତି ପରେ ମାଙ୍କ ଘଟ ଏକ ବିରାଟ ପଟୁଆରରେ ନଗର ପରିକ୍ରମା କରି ସୁଧୀରଙ୍କ ଘର ନିକଟରେ ପହଞ୍ଚି ଭୋଗ ଗ୍ରହଣ କରିଥିଲେ l ପଟୁଆରରେ ଯୋଡି ଶଙ୍ଖ, ଶିଙ୍ଗବାଜା, କାଳୀନଚ, ଆନ୍ଧ୍ର କାଳୀ, ସାପ ସାପୁଆଣି ଆଦି ୨୦ ରୁ ଅଧିକ ଗ୍ରୁପ ସାମିଲ ଥିଲେ l ଯାତ୍ରା ଉପଲକ୍ଷେ ଅନ ସ୍ଲୋ ଖେଳ ପଡିଆ ଠାରେ ରାମଦୋଳି ମିନା ବଜାର ରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି l ଏହି ଅବସରରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଛତ୍ରପୁର ମହୋତ୍ସବ ଆୟୋଜିତ ହେଉଛି l ଏହି ମହୋତ୍ସବରେ ସିନେ ତାରକା, କମେଡି ଓ କଣ୍ଠଶିଳ୍ପୀ ଯୋଗଦେଇ ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି l