August 18, 2026

କରାତଳି ଗ୍ରାମରେ ତିନିରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

IMG-20260603-WA0022
Share

ଛତ୍ରପୁର, ତା. ୩ / ୬/୨୬ (ଅରୁଣ କୁମାର ପଣ୍ଡା )

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କରାତଳି ଗ୍ରାମର ଗତ ୩୧ ତାରିଖରେ ଆରମ୍ଭ ହେଇଥିବା ତିନିରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ମଙ୍ଗଳବାର ରାତ୍ରିରେ ଉଦଯାପିତ ହୋଇଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ’ କରାତଳି ଗ୍ରାମର ଗ୍ରୀନ ଗୋଲା ପଡ଼ିଆରେ ମା’ ଠାକୁରାଣୀ କ୍ରିକେଟ ଟିମ୍ ଆନୁକୂଲ୍ୟରେ ତିନିଦିନିଆ ସାନ୍ଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ତା ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନେଲ ମେଚ୍ ଖେଳ ଗତ ୨ ତାରିଖରେ ହୋଇଥିଲା । ପ୍ରଥମ ଦିନ ଖେଳରେ ରୋଟାରୀ କ୍ଲବ ର ପୂର୍ବତନ ସଭାପତି ରୋଟାରୀୟାନ୍ ନିରଞ୍ଜନ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ତିନିରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମାଜସେବୀ ରାଜେନ୍ଦ୍ର ନାହାକ ପ୍ରଥମ ବେଟିଂ କରି ଖେଳ ଆରମ୍ଭ କରିଥିଲେ । ଫାଇନେଲ ରେ କରାତଳି ଏବଂ ନୂଆପଲ୍ଲୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କରାତଳି ଗ୍ରାମର ଜଗନ୍ନାଥ କ୍ରିକେଟ ଟିମ୍ ୧୦ ଓଭରରେ ୪ ୱିକେଟ୍ ବିନିମୟରେ ୬୫ ରନ କରିଥିଲେ । ନୂଆପଲ୍ଲୀ କ୍ରିକେଟ ଟିମ୍ ୧୦ ଓଭରରେ ୪ ୱିକେଟ୍ ବିନିମୟରେ ୧୧୧ ରନ୍ କରି ବିଜୟୀ ହୋଇଥିଲେ । ମୁଖ୍ୟଅତିଥି ରୋଟାରୀୟାନ୍ ଶ୍ରୀ ପାତ୍ର ବିଜୟୀ ଦଳକୁ ପୁରସ୍କାର ବିତରଣ କରିଥିବାବେଳେ ଅନ୍ୟତମ ଅତିଥି ସୂର୍ଯ୍ୟ ପ୍ରଧାନ ରନର କରାତଳି ଗ୍ରାମର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥି ଭାବେ ମା’ ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟିର ସଂଯୋଜକ ଶ୍ରୀ କମଳ ପଣ୍ଡା ମେନ ଅଫ୍ ଦି ମେଚ୍ କୁ ପୁରସ୍କାରରେ ସମ୍ମାନୀତ କରିଥିଲେ ।

ସମାଜସେବୀ ହେମନ୍ତ ନାହାକ, ମନୋଜ ମିଶ୍ର,ସଞ୍ଜୟ ନାହାକ, ବୁଲୁ ନାହାକ, ମାଧବ ନାହାକ, ସୂର୍ଯ୍ୟ ପ୍ରଧାନ, ସେନାପତି ନାହାକ ପ୍ରମୁଖ ଯୋଗଦେଇ ସମସ୍ତ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ । ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର କର୍ମକର୍ତ୍ତା ଶୁଭମ ମଣ୍ଡଳ, ଆକାଶ ନାହାକ, ସାହିଲ ମଣ୍ଡଳ, ସୁମନ ନାୟକ, ହେମନ୍ତ ପଢିଆରୀ, ପ୍ରବୀର ପ୍ରଧାନ, ବିଭୂ ନାହାକ, ନିଶିକାନ୍ତ ଖୁଣ୍ଟିଆ, ମାନସ ନାହାକ, ଅନୀଲ ବେହେରା, ପବନ ନାହାକ ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ କୁ ସୂଚାରୁ ରୂପେ ପରିଚାଳନା କରି ଖେଳ ସମାପ୍ତ କରିଥିଲେ ।

You may have missed