July 1, 2024

ଆମ ହାତକୁ କାମ ଓ ଦୈନିକ ସର୍ବନିମ୍ନ ମଜୁରି ୨୫୪ ଦିଅ !* *କାର୍ଯ୍ୟ ସ୍ଥଳିରେ ଶ୍ରମିକଙ୍କ ପ୍ରତିବାଦ* *କୈାଣସି ଅଧିକାରୀଙ୍କ ଉପସ୍ଥିତି ବିନା ଶ୍ରମିକ କରୁଛନ୍ତି କାମ*

Share


ହିଞ୍ଜିଳିକାଟୁ, ୦୩/୦୬. ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବଡଖଣ୍ଡି ଗ୍ରାମପଞ୍ଚାୟତ ର ଗୋପିନାଥପୁର ଗ୍ରାମର ନରେଗା ଶ୍ରମିକଙ୍କ ହାତକୁ କାମ ଓ ନିର୍ଧାରିତ ଦୈନିକ ସର୍ବନିମ୍ନ ମଜୁରି ୨୫୪ ଟଙ୍କା ପାଇବା ପାଇଁ ଦୃଢ ଦାବି ରଖିଛନ୍ତି। ଶ୍ରମିକ ମାନେ ଲିଖିତ ଦରଖାସ୍ତ କରି କାମ ମାଗିବା ପରେ ଗତ ୨୩ ମଇ ୨୦୨୪ ରେ ଗ୍ରାମ୍ୟ ରୋଜଗାର ସେବକ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆସି ଡିମାଣ୍ଡ ମାରି କାମ ଆରମ୍ଭ କଲେ କିନ୍ତୁ ପୂର୍ବରୁ ହରି ଲୁଟ୍ କରି ଆସୁଥିବା ଗାଁ ସାଥୀ ଠାରୁ ଉପର ଅଧିକାରୀ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ ଏକତା ଓ ମନୋବଳକୁ ଭାଙ୍ଗି ବାକୁ ସମସ୍ତ ଚେଷ୍ଟା ଚଳାଇଛନ୍ତି। ଓଡ଼ିଶା ର ନରେଗା ଶ୍ରମିକଙ୍କ ପାଇଁ କେନ୍ଦ୍ରର ନିର୍ଧାରିତ ସର୍ବନିମ୍ନ ମଜୁରି ଠାରୁ ବହୁ ଶସ୍ତାରେ ଖଟାଇ ହରି ଲୁଟ୍ କରିବା ପାଇଁ ଉଦ୍ୟମ କରୁଛନ୍ତି। ଶ୍ରମିକଙ୍କୁ ଅସମ୍ମାନ କରିଵା ଏଵଂ ମନଇଛା ଶ୍ରମିକମାନଙ୍କର ଜଵକାର୍ଡ ଡିଲିଟ କରି ପରେ ତାଙ୍କୁ ନୁଆଁ ବ୍ୟାଙ୍କ ଖାତା ଖୋଲିବା ପାଇଁ କହି ଭୁଆଁ ବୁଲାଇବା କେତେ ଦୁର ଠିକ। ଵାରମ୍ବାର ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଠାରୁ କମ୍ ମଜୁରି ଦେବା କହିବା ଆଇନଗତ ଅପରାଧ। ଵୁଢାଵୁଢୀ ସମସ୍ତେ ଆସ, ଅନ୍ୟମାନେ ବାହାରେ ଯାଇ କାମ କର । ଦିନକୁ ୧୮୦ ଟଙ୍କା ମଜୁରି ଦିଆଯିବ ଇଚ୍ଛା ହେଲେ ଆସ ନ ହେଲେ ନାହି। ଆଜି କାଲି ଅନ୍ୟ କିଛି କାମ ମିଳୁ ନାହିଁ, କାମ ନକଲେ ପରିବାର କିପରି ପ୍ରତିପୋଷଣ ହେବ। ମନରେଗାରେ ସମସ୍ତଙ୍କ ଶ୍ରମିକଙ୍କ କାମ କରିବାର ଅଧିକାର ଅଛି, ଏଥିରୁ କେହି ଵଞ୍ଚିତ କରିପାରିବେ ନାହିଁ। ଲିଙ୍କ ଆସିନି କହି ସେମାନଙ୍କୂ କାମରୁ ବିଦା କରିବା ସହ ସେ ଦିନର କାମ ଅନୁପସ୍ଥିତ କରିଵା ଶ୍ରମିକ ବିରୋଧୀ ନୀତି ବୋଲି ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ର ନେତ୍ରୀ ପେଦିନୀ ପାର୍ବତୀ ଅଭିଯୋଗ କରିଛନ୍ତି। କାର୍ଯ୍ୟ ସ୍ଥଳିରେ ଶ୍ରମିକଙ୍କ ପାଇଁ ପାନୀୟ ଜଳ, ଔଷଧ, ଶ୍ରମିକଙ୍କ ବିଶ୍ରାମ ପାଇଁ ଛାଇ ଏବଂ କୁନି ଛୁଆ ମାନଙ୍କ ଯତ୍ନ ପାଇଁ ସୁଵ୍ୟଵସ୍ଥା ନିମନ୍ତେ ଆଇନରେ ସ୍ବଷ୍ଟ ଭାବେ ଉଲ୍ଲେଖ ଥିବା ସତ୍ବେ ଏହାର ଘୋର ଉଲଂଘନ କରାଯାଉଛି। ଏଥିପାଇଁ ବହୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ନରେଗା ଶ୍ରମିକ ମାନେ ନିଜ କୁନି ଛୁଆ କୁ ନେଇ କାମକୁ ଆସି ପାରୁନାହାନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରମିକ ମାନେ ଯେତେ ବେଳେ ଦରଖାସ୍ତ କରି କାମ ମାଗିଛନ୍ତି କାମ ଯୋଗାଇଦେବା ଅତ୍ୟନ୍ତ ଜରୁରୀ ଥିବାବେଳେ ୧୮୦ ଟଙ୍କା ସର୍ବନିମ୍ନ ମଜୁରି ଦିଆଯିବ ଇଚ୍ଛା ହେଲେ ଆସ ନ ହେଲେ ନାହି କହି ଡିମାଣ୍ଡ ମାରିବା ବନ୍ଦର ତୀବ୍ର ପ୍ରତିବାଦ କରି ଗୋପିନାଥପୁର ଗ୍ରାମରେ ଶ୍ରମିକ ମାନେ ସାଧାରଣ ସଭା କରିବା ସହ ଆଜି କାମ ସ୍ଥଳୀ କୁ ଯାଇ କାମ କରିଥିଲେ । ୧୦ ଘଣ୍ଟ ସୁଦ୍ଧା ଏଠାରେ ଗ୍ରାମ୍ୟ ରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜେଇ କିମ୍ବା ମନରେଗା ବିଭାଗୀୟ କୈାଣସି ଅଧିକାରୀ ପହଞ୍ଚି ନାହାନ୍ତି। ଏହାକୁ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ଜିଲ୍ଲା ସମ୍ପାଦକ ଶଙ୍କର ଇନକିଲାବ ଏଭଳି ଶ୍ରମିକ ବିରୋଧୀ ନୀତି କୁ ନାପସନ୍ଦ କରିଛନ୍ତି।‌ ଶ୍ରମିକଙ୍କ ନ୍ୟାୟୋଚିତ ଦାବି ହାତକୁ କାମ ଏବଂ ନିର୍ଧାରିତ ସର୍ବନିମ୍ନ ମଜୁରି ଅଟେ । ଏଥିରୁ ବଞ୍ଚିତ କରିବା ଶ୍ରମିକ ଆନ୍ଦୋଳନ କୁ ତୀବ୍ର କରିବ । ସେଥିପାଇଁ ତୁରନ୍ତ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲାପାଳ ହସ୍ତକ୍ଷେପ କରି ଶ୍ରମିକମାନଙ୍କୁ ନ୍ୟାୟୋଚିତ ଅଧିକାର ପ୍ରଦାନ କରିବା କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେବାପାଇଁ ଦାବୀ ରଖୁଛି।

You may have missed